ଓଡିଶା

odisha

ଦେବଦୂତ ସାଜି ରେଳ ଟ୍ରାକରୁ ବୃଦ୍ଧଙ୍କୁ ଉଦ୍ଧାର କଲେ ଆରପିଏଫ କନଷ୍ଟେବଳ

By

Published : Jul 9, 2023, 10:16 PM IST

ETV Bharat / videos

ବିପଜ୍ଜନକ ଭାବେ ଟ୍ରାକ ଅତିକ୍ରମ କରୁଥିଲେ ବୃଦ୍ଧ, ମରଣ ମୁହଁରୁ ଟାଣି ଆଣିଲେ RPF କନଷ୍ଟେବଳ

ବେଙ୍ଗାଲୁରୁ: ଟ୍ରେନ୍‌ ଆସିବା ସମୟରେ ରେଳ ଧାରଣା ଅତିକ୍ରମ କରୁଥିଲେ ବୃଦ୍ଧ । ଅତିକ୍ରମ କରି ନପାରି ଅଧାରେ ଅଟକି ଗଲେ । ଦେବଦୂତ ସାଜି ମରଣ ମୁହଁରୁ ଟାଣି ଆଣିଲେ RPF କନଷ୍ଟେବଳ । ଏଭଳି ଦୃଶ୍ୟ କର୍ଣ୍ଣାଟକ ରାଜ୍ୟ ଦାବନଗେରେ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି । ଷ୍ଟେସନରେ ଠିଆ ହୋଇଥିବା ଜଣେ ବୃଦ୍ଧ ରେଳ ଧାରଣା ଅତିକ୍ରମ କରୁଥିଲେ । ଏହି ସମୟରେ ସାମ୍ନାପଟୁ କୋଚୁଭେଲିରୁ ହୁବଳୀ ଏକ୍ସପ୍ରେସ ଆସୁଥିଲା । ମାତ୍ର ଟ୍ରେନ୍‌ ଅତି ନିକଟତର ହୋଇ ଯାଇଥିବାରୁ ବୃଦ୍ଧ ଜଣକ ଭୟଭୀତ ହୋଇ ଟ୍ରାକ ଅତିକ୍ରମ କରିପାରିନଥିଲେ କି ପ୍ଲାଟ୍‌ଫର୍ମ ଉପରକୁ ଉଠି ପାରିନଥିଲେ । ଏହି ସମୟରେ ଷ୍ଟେସନରେ ପାଟ୍ରୋଲିଂରେ ଥିବା RPF କନଷ୍ଟେବଳ ଶିବାନନ୍ଦ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ତାଙ୍କୁ ଟ୍ରାକ ଆରପଟକୁ ଟାଣି ନେଇଥିଲେ । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ RPF କନଷ୍ଟେବଳଙ୍କ ସାହାସିକତା ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି । 

ABOUT THE AUTHOR

...view details