ଓଡିଶା

odisha

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ

ETV Bharat / videos

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ - ରାୟଗଡାରେ ମହାବଳ ବାଘ ଠାବ

By

Published : Aug 22, 2023, 12:38 PM IST

Updated : Aug 22, 2023, 2:04 PM IST


ରାୟଗଡା: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ । ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟ ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳରେ ଗୋଟିଏ ମହାବଳ ବାଘ ଚଳପ୍ରଚଳ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଉଭୟ ରାଜ୍ୟର ସୀମାବର୍ତ୍ତୀ ଗ୍ରାମଗୁଡିକରେ ଆତଙ୍କ ଖେଳି ଯାଇଛି । ଭିଡିଓରେ, ଗୋଟିଏ ମହାବଳ ବାଘ ରାସ୍ତା ଉପରେ ଯାଉଥିବା ଦେଖିବାକୁ ମିଳୁଛି । ଏନେଇ ଖବର ପାଇବା ପରେ ଶ୍ରୀକାକୁଲମ ବନ ବିଭାଗ କର୍ମଚାରୀମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ସତ୍ୟାସତ୍ୟ ଯାଞ୍ଚ କରିଛନ୍ତି ।  

 ଏହାମଧ୍ୟ ପଢନ୍ତୁ: ରାସ୍ତାରେ ଛକିଥିଲା ମୃତ୍ୟୁ ! ମନ୍ଦିର ଯିବା ବାଟରେ 6 ବର୍ଷର ଝିଅକୁ ଝାମ୍ପି ନେଲା ବାଘ

ତେବେ ମହାବଳ ବାଘ ବୁଲୁଥିବାର ଗ୍ରାମବାସୀ ଆଖିରେ ଦେଖିନାହାନ୍ତି, କିନ୍ତୁ କେତେକ ଅଞ୍ଚଳରେ ବାଘର ପାଦ ଚିହ୍ନ ଠାବ କରାଯାଇଥିବା ଭାମିନି ମଣ୍ଡଳର ଫରେଷ୍ଟର ରାମାରାଓ କହିଛନ୍ତି । ଏହାପରେ ସ୍ଥାନୀୟ ତହସିଲଦାର ଧେଣ୍ଡୁରା ଓ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଜଙ୍ଗଲକୁ ନଯିବାକୁ ଓ ଗୃହପାଳିତ ପଶୁଙ୍କୁ ନଛାଡିବାକୁ ସତର୍କ କରାଇଛନ୍ତି  । ଏ ସମ୍ପର୍କରେ ଗୁଣପୁର ଡେପୁଟି ରେଞ୍ଜର ନୀଳ ମାଧବ ପାଢ଼ୀ କହିଛନ୍ତି ଯେ, ମହାବଳ ବାଘ ଆନ୍ଧ୍ରରେ ରହିଥିବା ଭିଡିଓ ଭାଇରାଲ ହେଉଛି । ଓଡ଼ିଶାପଟେ କୌଣସି ବିପଦ ନାହିଁ । ସୀମାନ୍ତରେ ପ୍ରତିଦିନ ଯାଞ୍ଚ କରାଯାଉଛି  ।  ଏହିଭଳି ଖବରର ସତ୍ୟାସତ୍ୟ ଉପରେ ଆନ୍ଧ୍ର ଅଫିସରଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଡେପୁଟି ରେଞ୍ଜର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Aug 22, 2023, 2:04 PM IST

ABOUT THE AUTHOR

...view details