ଓଡିଶା

odisha

Brahmani flows above Danger mark

ETV Bharat / videos

ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ଭୟରେ ରାଉରକେଲାର ତଳିଆ ଅଞ୍ଚଳବାସୀ - ବ୍ରାହ୍ମଣୀ ନଦୀରେ ବନ୍ୟା

By

Published : Aug 3, 2023, 6:17 PM IST

ରାଉରକେଲା: ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ବଢିବାରେ ଲାଗିଛି ବ୍ରାହ୍ମଣୀ ନଦୀର ଜଳସ୍ତର । ଫଳରେ ରାଉରକେଲା ସହରର ତଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେ ବ୍ରାହ୍ମଣୀ ସମ୍ପୂର୍ଣ୍ଣ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଂଶବାହାଲ ସ୍ଥିତ ମନ୍ଦିରା ଡ୍ୟାମର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଡ୍ୟାମର ସମସ୍ତ ୧୧ଟି ଗେଟକୁ ଖୋଲାଯାଇଛି । ୬ଟି ଗେଟକୁ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଥିବା ବେଳେ ଆଉ ୫ଟି ଗେଟକୁ ୫ ଫୁଟ ଲେଖାଏଁ ଖୋଲାଯାଇଛି ।  

ଅଗଷ୍ଟ ୧ ତାରିଖ ଦିନ ୭ଟି ଗେଟ ଖୋଲା ଯାଇଥିବା ବେଳେ ଗତକାଲି ଗୋଟିଏ ଗେଟ୍ ଖୋଲାଯାଇଥିଲା । ଆଜି ଅନ୍ୟ ୩ଟି ଗେଟକୁ ଖୋଲାଯାଇଛି । ଫଳରେ ବ୍ରାହ୍ମଣୀ ନଦୀ ଜଳ ସ୍ତରରେ ନିରନ୍ତର ଭାବେ ବୃଦ୍ଧି ପାଉଛି । ଏପଟେ କୋଏଲ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଉଛି । ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।  ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାୟାଇ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆୟାଇଛି । କୋଏଲ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଥିବାରୁ ବ୍ରାହ୍ମଣୀ ନଦୀ ଏବେ ଏହାର କୂଳକୁ ସମ୍ପୂର୍ଣ୍ଣ ଜଳମଗ୍ନ କରିଦେଇଛି । 

ଏହା ବି ପଢନ୍ତୁ-  Flood Threat: ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

ଦୁର୍ଘଟଣା ଓ ଧନଜୀବନ ହାନିକୁ ରୋକିବା ପାଇଁ ନଦୀକୁ ଯିବାକୁ ବାରଣ କରାୟାଇଛି । ବର୍ତ୍ତମାନ ଯାଏଁ କୌଣସି ଅଞ୍ଚଳରେ ବନ୍ୟାପାଣି ପଶି ନଥିବା ବେଳେ ଆଜି ରାତି ସୁଦ୍ଧା ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ତେବେ ବନ୍ୟାକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଉରକେଲା ମହାନଗର ନିଗମ ଅଧିକାରୀ ସୂଚନା ଦେଇଛନ୍ତି ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details