ଦିଲ୍ଲୀ ହତ୍ୟାକାଣ୍ଡକୁ ନେଇ ବିଜେପିର ବିକ୍ଷୋଭ, ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି
ରାଉରକେଲା: ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଲଭ ଜିହାଦ ଯୋଗୁଁ ଦିଲ୍ଲୀ ହତ୍ୟାକାଣ୍ଡରେ ଘଟିଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଆଇନକାନୁନ ସ୍ଥିତ ବିଗିଡିବାରେ ଲାଗିଛି । ନା ପୋଲିସକୁ ନା ଆଇନକାନୁନକୁ ମାନୁଛନ୍ତି ଅପରାଧୀ । ଯାହାକୁ ନେଇ ଦେଶର ରାଜଧାନୀ ଏବେ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ବୋଲି ବିଜେପି କହିଛି । ଦିଲ୍ଲୀରେ ମେ' ୨୮ ତାରିଖରେ ୧୬ ବର୍ଷର ନାବାଳିକା ଝିଅକୁ ସାହିଲ ନାମକ ଜଣେ ଯୁବକ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲା । ଯାହାକୁ ନେଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ ନାବାଳିକାଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି ଜୋର କରାଯାଇଛି । ଏହି ନିର୍ମମ ହତ୍ୟାକାଣ୍ଡକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରଖିଛି ବିଜେପି । ତେବେ ଏହି କ୍ରମରେ ରାଉରକେଲା ବିଜେପି ପକ୍ଷରୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କୁ ଅପିଲ କରିଛି ବିଜେପି । ରାଉରକେଲା ସହରର ପୁରୁଣା ଟାକ୍ସି ଷ୍ଟାଣ୍ଡ୍ ଛକରେ ବିଜେପିର କର୍ମୀ ଏବଂ ନେତାମାନେ ଏହି ଘଟଣାକୁ ଲଭ୍ ଜିହାଦ ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଇଟିଭି ଭାରତ, ରାଉରକେଲା