ଓଡିଶା

odisha

ଯାଜପୁର ଜିଲ୍ଲା ବିଞ୍ଝରପୁରରେ ବନ୍ୟା ଆଶଙ୍କା

By

Published : Aug 3, 2023, 9:46 PM IST

ETV Bharat / videos

ପ୍ରବଳ ବର୍ଷାରେ ଧସିଲା ରାସ୍ତା, ଅଞ୍ଚଳବାସୀଙ୍କୁ ଘାରିଲା ବନ୍ୟା ଆଶଙ୍କା

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝରପୁରରେ ବନ୍ୟା ଆଶଙ୍କା ।  ତଳକୁ ଧସିଲା ବିଞ୍ଝରପୁର ବ୍ଲକ ଓଲେଇଚନ୍ଦନପୁର ରାସ୍ତା । ଖରସ୍ରୋତା ନଦୀରେ ପ୍ରବଳ ଜଳ ପ୍ରଭାହ ଯୋଗୁ ମାଟି ଭିତରକୁ ଧସିଲା ରାସ୍ତା । ନିମ୍ନମାନର ବନ୍ଧ କାର୍ଯ୍ୟ ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା l ସେପଟେ ଘଟଣାକୁ ନେଇ ବିଭାଗୀୟ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ସେପଟେ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁରରେ ଏବେବି ବୈତରଣୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହୋଉଛି । ବୈତରଣୀ ନଦୀରେ ବନ୍ୟା ଆସିଵା ଯୋଗୁ ଏହାର ଶାଖା ବୁଢ଼ା ନଦୀରେ ଜଳସ୍ତର ବୃଦ୍ଧିଘଟିଛି । ତେବେ ବନ୍ୟାଜଳରେ ଭାସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ପରିବା ଜଳବନ୍ଦୀ ଭାବେ ଜୀବନ କଟୁଛନ୍ତି । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details