ଓଡିଶା

odisha

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦେଢ଼ ଲକ୍ଷ ଲୁଟ

ETV Bharat / videos

ଫାଇନାନ୍ସ କର୍ମଚାରୀଙ୍କଠାରୁ ଦେଢ଼ ଲକ୍ଷ ଲୁଟି ନେଲେ ଲୁଟେରା - ଭାରତ ଫାଇନାନ୍ସ ସଂସ୍ଥା

By

Published : May 10, 2023, 6:09 PM IST

ଖୋର୍ଦ୍ଧା :ଦିନକୁ ଦିନ ରାଜରାସ୍ତାରେ ବଢୁଛି ଲୁଟପାଟ ମାମଲା । ଲୁଟେରାମାନେ ବିଶେଷକରି ନିଛାଟିଆ ରାସ୍ତାରେ ଏପରି ଅପରାଧ ଘଟାଇବାରେ ଲାଗିଛନ୍ତି । ବିଧିବଦ୍ଧ ଭାବେ ଯୋଜନା କରି ଏପରି ଅପରାଧ ଘଟାଉଛନ୍ତି ଅପରାଧୀ । ବୁଧବାର ମଧ୍ୟାହ୍ନ ସମୟରେ ଭୁଆସୁଣି ପାଟଣା ବାଘମାରି ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତ ବେକରେ କଟୁରି ଲଗାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଭାରତ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଲକ୍ଷ୍ମଣ ବେହେରଙ୍କ ସୂଚନା ଅନୁଯାୟୀ, ‘‘ବାଘମାରି ଥାନା ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଦୁଇ ଦୁର୍ବୃତ୍ତ ଏକ ନମ୍ବର ବିହୀନ ପଲସରରେ ଆସି ତାଙ୍କ ବେକରେ କଟୁରି ଲଗାଇ ଟଙ୍କା ଥିବା ବ୍ୟାଗ ଧରି ଫେରାର ହୋଇଯାଇଥିଲେ ।’’ ଏହାସହ ଲକ୍ଷ୍ମଣ ଅଭିଯୋଗ କରିଛନ୍ତି ଯେ,‘‘ ବାଘମାରି ଥାନା ପୋଲିସ ଘଟଣା ପହଞ୍ଚିଥିଲା । କିନ୍ତୁ ଏହି ମାମଲା ଆମ ଅଞ୍ଚଳର ନୁହେଁ କହି ଚାଲିଗଲା । ଏହାପରେ ବେଗୁନିଆ ଥାନା ପୋଲିସ ପହଞ୍ଚି ଆମ ଅଞ୍ଚଳର ନୁହେଁ ବରଂ ଏହା ବାଘମାରି ଥାନା ଅଞ୍ଚଳ, ସେଠାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।’’ ପରେ ଅଭିଯୋଗକରୀ ବାଘମାରି ଥାନାରେ ଏକ ଲୁଟ ମାମଲା ରୁଜୁ କରିଛନ୍ତି ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details