ଓଡିଶା

odisha

ରାଜସ୍ବ ଅମଲା ସଂଘ

ETV Bharat / videos

ରାଜସ୍ବ ଅମଲା ସଂଘର ଦାବି ପୂରଣ, ସରକାରଙ୍କୁ ଧନ୍ୟବାଦ ଜଣାଇଛି ସଂଘ - ରାଜସ୍ବ ଅମଲା ସଂଘ

By ETV Bharat Odisha Team

Published : Jan 8, 2024, 8:56 PM IST

Revenue Officers Association: ବଲାଙ୍ଗୀର: ରାଜସ୍ବ ଅମଲା ସଂଘର ଦାବି ପୂରଣ କଲେ ସରକାର । ଦୀର୍ଘ ଦିନର ଆନ୍ଦୋଳନ ପରେ ସରକାର ସେମାନଙ୍କ ଦାବି ପୂରଣ କରିଥିବାରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ସଂଘ ।

ତେବେ ବାଲାଙ୍ଗୀର ରାଜସ୍ବ ଅମଲା ସଂଘ ଗତ 2017 ରୁ ଆନ୍ଦୋଳନ କରି ଆସୁଥିଲେ । ସେମାନଙ୍କୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବା ଓ ଦରମା 42 ଶହ ସ୍କେଲ ଦେବା ସହ ଅନ୍ୟ 9 ଦଫା ଦାବି ପୁରଣ ଦାବିରେ ଆନ୍ଦୋଳନ କରୁଥିଲେ । ତେବେ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ସେମାନେ ସ୍ଥଗିତ ରଖିଥିଲେ । ସେହିପରି ପ୍ରତିଶ୍ରୁତି ପାଳନ ନହେବାରୁ ସେମାନେ ପୁଣି 2018 ରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସମାନ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ । ଏବେ ସଂଘ ପୁଣି ମିଳିତ ମଞ୍ଚ ଆହ୍ବାନରେ ଆନ୍ଦୋଳନ ଓ ଧାରଣା ଦେଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ....କୋରାପୁଟ ପ୍ରଶାସନ ବିରୁଦ୍ଧରେ ଗର୍ଜିଲା ଓଡିଶା ରାଜସ୍ବ ଅମଲା ସଂଘ

ଏହାରି ମଧ୍ୟରେ ଗତ ଡିସେମ୍ବର 19 ତାରିଖରେ ରାଜ୍ୟ ସରକାର ସେମାନଙ୍କର ମୁଖ୍ୟ ଦାବି ସ୍ବତନ୍ତ୍ର ପାହ୍ୟା ମାନି ନେବା ସହ ସେମାନଙ୍କୁ ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ଦେଇଛନ୍ତି । ଯାହାକୁ ନେଇ ସଂଘ ଖୁସି ପ୍ରକଟ କରିଥିବା ବେଳେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, 5T ଅଧ୍ୟକ୍ଷ ଭିକେ ପଣ୍ଡିଆନ ଓ ବବି ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତେବେ ଏହି ପାହ୍ୟ ମିଳିବା ଦ୍ୱାରା ସେମାନଙ୍କ ପଦୋନ୍ନତିରେ ସହାୟକ ହେବା ସହ ରେଭିନ୍ୟୁ ସମ୍ପର୍କିତ କାମ ଠିକରେ କରି ପାରିବେ ବୋଲି କହିଛନ୍ତି । ଏପରିକି ପୂର୍ବରୁ ସେମାନଙ୍କୁ ଅନ୍ୟ ବିଭାଗ ବଦଳି ହେଉଥିଲେ ଫଳରେ ସେମାନଙ୍କ ପାଇଁ ସମସ୍ୟା ହେଉଥିଲା ବୋଲି କହିଛନ୍ତି ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର । ଏହାସହ ଆଗକୁ ସରକାର ଅନ୍ୟ 9 ଦଫା ଦାବି ମଧ୍ୟ ପୂରଣ କରିବେ ବୋଲି ସେମାନେ ଆଶାବାଦୀ ଅଛନ୍ତି ବୋଲି ସେ କହିଛନ୍ତି ।  

ଇଟିଭି ଭାରତ, ବଲାଙ୍ଗୀର  

ABOUT THE AUTHOR

...view details