ଓଡିଶା

odisha

ଅବସରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ପାଇବେ ରାଷ୍ଟ୍ରପତି ପୁରସ୍କାର

ETV Bharat / videos

ଅବସରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ପାଇବେ ରାଷ୍ଟ୍ରପତି ପୁରସ୍କାର

By ETV Bharat Odisha Team

Published : Aug 29, 2023, 10:34 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବାପରେ ଜିଲ୍ଲାର ଶିକ୍ଷକଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ଜୀବନବ୍ୟାପୀ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ତାଙ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ । ଚଳତ ବର୍ଷ ଶିକ୍ଷକ ଦିବସ ଅବସରରେ ସମଗ୍ର ଦେଶରୁ ୫୦ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ । ସେଥି ମଧ୍ୟରୁ ଓଡ଼ିଶାର ଦୁଇଜଣ ଶିକ୍ଷକ ମନୋନୀତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଜଗତସିଂହପୁର ଜିଲ୍ଲାର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ।

ଜଗତସିଂହପୁର ସହର ମାର୍କଣ୍ଡପୁର ବୃନ୍ଦାବନ ଚନ୍ଦ୍ର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରତ ଥିବାବେଳେ ଗତ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ ସୁଭାଷ ଚନ୍ଦ୍ର ରାଉତ । ସେ ଜଣେ ସୁବକ୍ତା ଓ ଭାଷ୍ୟକାର ଭାବରେ ବେଶ ପରିଚିତ । ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଜିଲ୍ଲା ସ୍କାଉଟ କମିଶନର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିବା ସହିତ ୪ ଥର ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ହୋଇ ସାରିଛନ୍ତି । ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ଦ୍ଵାରା ମଧ୍ୟ ପୁରସ୍କୃତ ହୋଇଛନ୍ତି । ସ୍ଥାନୀୟ ପୁରହିତପୁର ହାଇସ୍କୁଲରୁ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୮ ବର୍ଷ ଶିକ୍ଷକତା କରିବା ପରେ ଗତ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତେବେ ରାଷ୍ଟ୍ରପତି ପୁରସ୍କାର ନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୁଶାନ୍ତ କୁମାର ପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଭଦ୍ରକର ଶଶୀ ଶେଖର କରଶର୍ମା

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ABOUT THE AUTHOR

...view details