ଓଡିଶା

odisha

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନଃଉଦ୍ଧାର

ETV Bharat / videos

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନଃଉଦ୍ଧାର, ଖୁବଶୀଘ୍ର ସରିବ ସଂଯୋଗୀକରଣ: CPRO

By

Published : Jun 4, 2023, 6:07 PM IST

ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ସ୍ଥିତି ଏବେ ସଙ୍ଗୀନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର ଶେଷ ହୋଇଥିବା ବେଳେ ଦୁର୍ଘଟଣାସ୍ଥଳରୁ ଟ୍ରେନର ଭଗ୍ନ ଅଂଶବିଶେଷକୁ କାଢି ସଫା କରି ଦିଆଯାଇଛି । ଅଗ୍ରାଧିକାର ଭିତ୍ତିରେ ରେଳ ଟ୍ରାକ ଏବେ ମରାମତି ଚାଲିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରେଳ ଧାରଣା ସଂଯୋଗୀକରଣ କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି ସାଉଥ ଇଷ୍ଟର୍ନ ରେଲୱେ CPRO ଆଦିତ୍ୟ ଚୌଧୁରୀ । ଏହି ରୁଟ୍‌ରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଟ୍ରେନ ବାତିଲ ହୋଇଛି । ବାତିଲ ହୋଇଥିବା ଟ୍ରେନ ମଧ୍ୟରୁ ଅଧିକାଂଶ ଟ୍ରେନ ଗୁଡିକର ଗତିପଥ ପରିବର୍ତ୍ତନ କରି ଚଳାଚଳ କରାଯାଉଛି ।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଗତକାଲି ରାତିରେ ଶେଷ ହୋଇଛି । ବର୍ତ୍ତମାନ କେବଳ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେହି ସ୍ଥାନରେ ପ୍ରାୟ ୧ କିମି ପର୍ଯ୍ୟନ୍ତ ରେଳ ଧାରଣା ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି କାରଣରୁ ରେଳ ସେବା ଗତ ପ୍ରାୟ ୭୨ ଘଣ୍ଟା ଧରି ପ୍ରଭାବିତ ହୋଇଛି । ଅନେକ ଟ୍ରେନକୁ ବାତିଲ କରାଯାଇଥବା ବେଳେ ଓ ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଳପଥର ଏହି ମେନ୍‌ ଲାଇନ୍‌କୁ ସଜାଡିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାର ତଦନ୍ତ ରେଳବାଇ ଜାରି ରଖିଥିବା ବେଳେ ସିଗ୍‌ନାଲ ସମସ୍ୟା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details