ଦୁଇ ଥାନା ମଧ୍ୟରେ ସୀମା ବିବାଦ, ଘଣ୍ଟା ଘଣ୍ଟା ଧରି ନଦୀରେ ପଡି ରହିଲା ମୃତଦେହ - କେନ୍ଦୁଝର ନଦୀ ଭିତରେ ମହିଳାଙ୍କ ମୃତଦେହ
🎬 Watch Now: Feature Video
Published : Sep 19, 2023, 10:34 PM IST
କେନ୍ଦୁଝର: ଦୁଇ ଥାନା ମଧ୍ୟରେ ସୀମା ବିବାଦ । ଘଣ୍ଟା ଘଣ୍ଟା ଧରି ନଦୀ ଭିତରେ ପଡି ରହିଲା ମହିଳାଙ୍କ ମୃତଦେହ । ତେବେ ସରକାର ପ୍ରତି ଥାନା ପାଇଁ ସୀମା ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ କେନ୍ଦୁଝର ଜିଲ୍ଲା ବାମେବାରୀ ଓ ନୟାକୋଟ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ବସନ୍ତପୁର ନିକଟସ୍ଥ ନୋଟାଡ଼ୁବା ଗଣ୍ଡରେ ଯଣେ ମହିଳାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିଲା ।
ସୂଚନା ଅନୁସାରେ, କେନ୍ଦୁଘାଟି ନିକଟସ୍ଥ ମଲଦା ନଦୀର ନୋଟାଡ଼ୁବା ଗଣ୍ଡର ବସନ୍ତପୁର ପାର୍ଶ୍ଵ ନଦୀ କୂଳରେ ଏକ ଗଛରେ ଜଣେ ଅଜଣା ମହିଳାଙ୍କ ମୃତଦେହ ୨ ଦିନ ଧରି ଲାଖି ରହିଥିଲା । ତେବେ ବାମେବାରୀ ପୋଲିସ ନଈ ବଢ଼ୀ ଯୋଗୁ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା । ପରେ ନୟାକୋଟ ଓ ବାମେବାରୀ ମଧ୍ୟରେ ମହିଳାଙ୍କ ମୃତଦେହ ଥିବା ସ୍ଥାନର ସୀମାକୁ ନେଇ ବିବାଦ ଦେଖା ଦେଇଥିଲା । ଉଭୟ ଥାନା ମଧ୍ୟରେ ବିବାଦ ଯୋଗୁ ମୃତଦେହ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପଡି ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ମୁଣ୍ଡ ନେଉଛି ମୁକୁଳା ଡ୍ରେନ: CMC ଆଗରେ ମୃତଦେହ ରଖି ପରିବାର ଲୋକଙ୍କ କ୍ଷତିପୂରଣ ଦାବି
ତେବେ ପରେ ଉଭୟ ଅଞ୍ଚଳର ରାଜସ୍ଵ ନୀରିକ୍ଷକ ଓ ଉଭୟ ଥାନାର ଅଧିକାରୀ କ୍ଷେତ୍ର ନିରୁପଣ କରିବା ପରେ ନୟାକୋଟ ଥାନା ଅଧିକାରୀ UD case No - ୨୫/୨୦୨୩ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଏହାସହ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ତେବେ ବାମେବାରୀ ପୋଲିସ ମୃତକଙ୍କ ବିଷୟରେ ସବୁଯାଣି ମଧ୍ୟ ମୃତଦେହ ଉଠାଇବା ପରିବର୍ତ୍ତେ ଥାନାକ୍ଷେତ୍ରକୁ ନେଇ ବିବାଦ ସୃଷ୍ଟି କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ସେପଟେ ଏନେଇ ପୋଲିସର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳପାରିନାହିଁ ।
ଇଟିଭି ଭାରତ, କେନ୍ଦୁଝର