ମୃତକଙ୍କୁ ଚିହ୍ନଟ ପାଇଁ ଚେନ୍ନାଇରୁ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ସମ୍ପର୍କୀୟ
ବ୍ରହ୍ମପୁର: ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ପରିବାରକୁ ହସ୍ତାନ୍ତର କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମୃତାହତଙ୍କ ମଧ୍ୟରୁ କେତେକଙ୍କ ପରିଚୟ ମିଳିପାରି ନାହିଁ । ନିଜ ପ୍ରିୟଜନ ଓ ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ପାଇଁ ଚେନ୍ନାଇରୁ ଭଦ୍ରକ ଅଭିମୁଖେ ଆସୁଥିବା ସ୍ବତନ୍ତ୍ର ଟ୍ରେନରେ ସମ୍ପର୍କୀୟ ଆସି ପହଞ୍ଚୁଛନ୍ତି । ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତି ମାନଙ୍କ ସହ ଦୁଇ ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଯେଉଁମାନେ ଟ୍ରେନରେ ଥିଲେ ସେମାନେ କିପରି ଅଛନ୍ତି ଜାଣିପାରୁନାହାନ୍ତି ସମ୍ପର୍କୀୟ । ତାଙ୍କ ଫୋନକୁ ବାରମ୍ବାର ଫୋନ କଲେ ଅନ୍ୟ କେହି ଉଠାଇ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଇଛନ୍ତି । ତେଣୁ ସ୍ବତନ୍ତ୍ର ଟ୍ରେନରେ ଆସି ସମ୍ପର୍କୀୟଙ୍କୁ ଖୋଜିବୁ ବୋଲି କହିଛନ୍ତି । ତେବେ ଏହି ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବ୍ରହ୍ମପୁର ରେଳ ବିଭାଗ ପକ୍ଷରୁ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର