ଓଡିଶା

odisha

By

Published : Aug 13, 2022, 2:27 PM IST

Updated : Feb 3, 2023, 8:26 PM IST

ETV Bharat / videos

ବଢୁଛି ନଦୀର ଜଳସ୍ତର, ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

କଟକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ନଦୀର ଜଳସ୍ତର । ଏଭଳି ସ୍ଥିତିରେ ଉଭୟ ମହାନଦୀ ଏବଂ କାଠଯୋଡ଼ିର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ହୀରାକୁଦ ବ୍ୟାରେଜ ଦେଇ ୨୪ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ । ଏହି ଜଳ ଆସିଗଲେ ଉଭୟ ମହାନଦୀ ଓ କାଠଯୋଡ଼ି ଜଳସ୍ତର ଆହୁରି ବୃଦ୍ଧି ପାଇବ । ତେବେ ଏହା କଟକବାସୀଙ୍କ ପାଇଁ ଚିନ୍ତାଜନକ ନୁହେଁ ବୋଲି କଟକ ଜିଲ୍ଲାପାଳ ଡକ୍ଟର ଭବାନିଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ସମସ୍ତ ଅଫିସର ମାନଙ୍କୁ ଆର୍ଲଟ କରାଯାଇଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ୫୩୬ଟି ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳ ଓ ୨୫ଟି ସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details