ଓଡିଶା

odisha

Ravenshaw second campus will open soon

By

Published : Jun 24, 2023, 9:32 AM IST

ETV Bharat / videos

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଖୋଲିବ ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଚଳିତ ଶିକ୍ଷାବର୍ଷରୁ ଦ୍ଵିତୀୟ କ୍ୟାମ୍ପସରେ ପାଠ ପଢିବେ ଛାତ୍ରଛାତ୍ରୀ । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଠପଢ଼ା ସିଡିଏ ସେକ୍ଟର ୧୩ରେ ନିର୍ମାଣ ହୋଇଥିବା ମହାନଦୀ କ୍ୟାମ୍ପରେ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ଏହି ଦ୍ବିତୀୟ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ଓ ରହିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଫଳରେ ଏକ ଉତ୍ତମ ବାତାବରଣ ମଧ୍ୟରେ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ସୁଯୋଗ ପାଇବେ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । 

ସେପଟେ ସିଣ୍ଡିକେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସିଟରେ ନୁହେଁ ବରଂ ୨୦୨୨ ମସିହାରେ ହ୍ରାସ କରାଯାଇଥିବା ସିଟରେ ଆଡ଼ମିଶନ ପାଇଁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଜନା କରୁଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ବି ବିରୋଧ କରିଛନ୍ତି । କେବଳ ଏତିକି ନୁହେଁ ରେଭେନ୍ସା ବିଶ୍ଵବିଦ୍ୟାଳୟର ୨୦୦ ଏକର ଜମିର ମାଲିକାନା ଉଚ୍ଚଶିକ୍ଷା ବିଭାଗକୁ ଟେକିଦେବା ନେଇ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିବା ଷଷ୍ଠ ସିଣ୍ଡିକେଟ ବୈଠକରେ ଆଇଏସଟି ପାଇଁ ୧୨୮, ଆଇଟିଏମ ପାଇଁ ୨୭୨, ଡିଏସଏମ ପାଇଁ ୬୪, ବିବିଏ ପାଇଁ ୧୨୮, ଏମଜେଏମସି ପାଇଁ ୪୦ ଓ ଏମବିଏ ପାଇଁ ୬୦ ଟି ସିଟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଚଳିତ ଶିକ୍ଷାବର୍ଷରେ ଏହାକୁ ଲାଗୁ ନକରି ୨୦୨୨ ମସିହାରେ ନିର୍ଦ୍ଧାରିତ ହୋଇଥିବା ସିଟ ଅନୁଯାୟୀ ପିଲା ଆଡ଼ମିଶନ ନେବେ ବୋଲି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details