ଓଡିଶା

odisha

ravan podi

ETV Bharat / videos

ଅସତ୍ୟ ଉପରେ ସତ୍ୟର ବିଜୟ: ମେଲାଣି ନେଲେ ମା’, ଜଳିଲା ରାବଣ

By ETV Bharat Odisha Team

Published : Oct 26, 2023, 7:26 AM IST

ଢେଙ୍କାନାଳ: ଭୁବନରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ରାବଣ ପୋଡି ଓ ଜଗତ ଜନନୀ ମା' ଦୁର୍ଗାଙ୍କ ଭସାଣ ଉତ୍ସବ । ଦଶହରାରେ ପ୍ରତ୍ୟେକ ସ୍ଥାନରେ ରାବଣ ପୋଡି ହେଉଥିବା ବେଳେ ଏଠାରେ ଦଶହରା ପରଦିନ ହୋଇଥାଏ ରାବଣ ପୋଡି ଓ ଭଷଣା ଉତ୍ସବ । ବୁଧବାର ଭୁବନ ପାଲା ମଣ୍ଡପରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ । ରାବଣ ପୋଡି ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଶେଷରେ ଆତସବାଜିର ପ୍ରଦର୍ଶନ କରାଜିଥିଲା । ଏହି ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାବଣ ପୋଡି ସରିବା ପରେ  ଜଗତ ଜନନୀ ମା' ଦୁର୍ଗଙ୍କୁ ମେଲଣ ଓ ବଳଦ ଯାତ୍ରା ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା l

ଏହା ମଧ୍ୟ ପଢନ୍ତୁ- ଢେଙ୍କାନାଳରେ ରାବଣ ପୋଡି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details