ଅସତ୍ୟ ଉପରେ ସତ୍ୟର ବିଜୟ, ରାଉରକେଲାରେ ଉତ୍ସାହର ସହ ପାଳିତ ହେଲା ରାବଣ ପୋଡି - ଉତ୍ସାହର ସହ ପାଳିତ ହେଲା ରାବଣ ପୋଡି
Published : Oct 25, 2023, 11:36 AM IST
ରାଉରକେଲା: ରାଉରକେଲା ସହରରେ ଧୁମଧାମରେ ପାଳନ ହେଲା ରାବଣ ପୋଡ଼ି । ରାଉରକେଲା ସେକ୍ଟର ୧୩ ପଡ଼ିଆରେ ମହା ଆଡମ୍ବରରେ ପାଳନ କରାଯାଇଛି ରାବଣ ପୋଡ଼ି । ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଭାବରେ ରାବଣ ପୋଡ଼ି ପାଳନ କରାଯାଇଥାଏ । ତେବେ ରାଉରକେଲା ସେକ୍ଟର ୧୩ରେ ରାବଣ ଏବଂ କୁମ୍ଭକର୍ଣ୍ଣର ବିଶାଳ ପୁତ୍ତଳିକାକୁ ଦହନ କରାଯାଇ ବିଜୟା ଦଶମୀ ପାଳନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଅସତ୍ୟ ଉପରେ ସତ୍ୟ ବିଜୟ, ରାଜଧାନୀରେ ଧୁମଧାମରେ ପାଳନ ହେଲା ରାବଣ ପୋଡି
ଅନ୍ୟପଟେ ରାବଣ ପୋଡି ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉତ୍ସାହର ସହ ରାଉରକେଲାବାସୀ ରାବଣ ପୋଡ଼ି ଓ ବିଜୟା ଦଶମୀ ଉତ୍ସବ ପାଳନ କରିଛନ୍ତି । ରାବଣ ଓ କୁମ୍ଭକର୍ଣ୍ଣର ବିଶାଳ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଇଥିଲା । ପୁତ୍ତଳିକା ଦାହ ପରେ ବହୁ ସମୟ ଧରି ବାଣ ଫୁଟାଇଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ରାବଣ ପୋଡି ଉତ୍ସବ ସମାପନ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ଇଟିଭି ଭାରତ, ରାଉରକେଲା