ଓଡିଶା

odisha

Ravan Dahan Mahotsav in jharsuguda

ETV Bharat / videos

ବିଜୟାଦଶମୀରେ ରାବଣ ଦହନ, ସତ୍ୟ ଓ ଧର୍ମର ସ୍ଥାପନା

By ETV Bharat Odisha Team

Published : Oct 25, 2023, 8:04 AM IST

ଝାରସୁଗୁଡା: ଅସତ୍ୟ ଉପରେ ସତ୍ୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ସୂରୁପ ପବିତ୍ର ବିଜୟାଦଶମୀ ବା ଦଶହରାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଛି । ଆତସବାଜି ସହ ଧୁମଧାମରେ ଝାରସୁଗୁଡାରେ ରାବଣ ଦହନ ଉତ୍ସବ ଶେଷ ହୋଇଛି । ଝାରସୁଗୁଡା ସହରର ସରବାହାଲ ସ୍କୁଲ ପଡ଼ିଆ ଠାରେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ଭାଇ ବିଶାଲ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାରା ଦେଶରେ ବିଜୟାଦଶମୀ ପାଳନ କରାଯାଉଛି । ଦଶହରା ଦିନ ଏନେଇ ବିଭିନ୍ନ ସ୍ଥାନରେ ରାବଣ ପୋଡି ଦେଖିବାକୁ ମିଳିଥାଏ । ଏହାକୁ ପାପ ଉପରେ ପୂଣ୍ୟର ବିଜୟ ବୋଲି କୁହାଯାଇଥାଏ । ଝାରସୁଗୁଡ଼ା ସରବାହାଲ ଠାରେ ରାବଣ ପୋଡ଼ିକୁ ବଡ ଜାକଜମକରେ ପାଳନ କରାଯାଇଥାଏ । ଏହାକୁ ଦେଖିବାକୁ ପାଇଁ ଝାରସୁଗୁଡା ସହରାଞ୍ଚଳ ଓ ଗ୍ରାମଞ୍ଚଳର ହଜାର ହଜାର ଲୋକ ବେଶ ଭିଡ଼ ଜମିଥିଲା । ପ୍ରାୟ ୬୦ ଫୁଟର ରାବଣ ତିଆରି କରାଯାଇଥିବା ବେଳେ, ଭଳି କି ଭଳି ବାଣ ଫୁଟାଇ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details