ଓଡିଶା

odisha

ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀବଡ ଜଗନ୍ନାଥ

ETV Bharat / videos

Sonepur News: ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀବଡ ଜଗନ୍ନାଥ - ରଥଯାତ୍ରା2023

By

Published : Jun 24, 2023, 11:01 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଆଜି ଆଷାଢ ଶୁକ୍ଳ ଷଷ୍ଠୀ ତିଥିରେ ସହରର ଶ୍ରୀବଡ ଜଗନ୍ନାଥ ଶ୍ରୀରାମ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ଶ୍ରୀବଳଭଦ୍ର ଲକ୍ଷ୍ଣଣ ବେଶ ଧାରଣ କରିଛନ୍ତି। ଆସନ୍ତାକାଲି ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀବଡ଼ ଜଗନ୍ନାଥ କୃଷ୍ଣ ଓ ଶ୍ରୀବଳଭଦ୍ର ବଳରାମ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ଶ୍ରୀଗୁଣ୍ଡିଚା ଗୁଡିକୁ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ନୃସିଂହ ଦେବଙ୍କ ସହିତ ଅବସ୍ଥାନ କରି ବିଭିନ୍ନ ବେଶ ଧାରଣ କରୁଛନ୍ତି। ପରମ୍ପରା କ୍ରମେ ସେବାୟତ ମାନେ ବେନି ଭାଇଙ୍କୁ ବେଶ କରୁଛନ୍ତି। ନୃସିଂହ ମହାପ୍ରଭୁଙ୍କ ସହିତ ତିନି ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରୀ ଗୁଣ୍ଡିଚା ଗୁଡିରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳୁଛି। ଶ୍ରଦ୍ଧାଳୁ ମାନେ ଶ୍ରୀ ଗୁଣ୍ଡିଚା ଗୁଡି ପରିସରରୁ ଧୂପ, ଦୀପ, ନୈବେଦ୍ୟ ବିଭିନ୍ନ ଦୋକାନରୁ ସଂଗ୍ରହ କରି ବିଗ୍ରହଙ୍କୁ ଅର୍ପଣ ଅତି ଆନନ୍ଦରେ ସମର୍ପଣ କରୁଛନ୍ତି। ଦେବୋତ୍ତର ବିଭାଗ , ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯାତ୍ରା କମିଟି ପକ୍ଷରୁ ମନ୍ଦିର ସମ୍ମୁଖସ୍ଥ ସାଂସ୍କୃତିକ ମଞ୍ଚରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଉଛି। ହଜାର ହଜାର ଶ୍ରଦ୍ଧାଳୁ ସନ୍ଧ୍ୟା ଆରତୀ ସହିତ ବେନି ଭାଇଙ୍କ ବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରୁଛନ୍ତି। ଦେବୋତ୍ତର ବିଭାଗର ସୀମିତ ଆର୍ଥିକ ସହଯୋଗରେ ଯାତ୍ରା କମିଟି ପକ୍ଷରୁ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇ ଥିବା ବେଳେ ଚଳିତ ବର୍ଷରେ ଯାତ୍ରା କମିଟି ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦେବୋତ୍ତର କମିଟି ,ଶ୍ରୀ ଗୁଣ୍ଡିଚା ଯାତ୍ରା କମିଟି ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ବେଶ ଶ୍ରମ ଦାନ କରୁଛନ୍ତି । ପ୍ରତ୍ୟହ 10 ହଜାରରୁ ଅଧିକ ଶ୍ରଦ୍ଧାଳୁ ବେନି ମୂର୍ତ୍ତିଙ୍କ ବେଶ ଦର୍ଶନ କରିବାର ସୁଯୋଗ ନେଉଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details