ଓଡିଶା

odisha

ପୁରୀରେ ହଟହଟା ହେଲେ ମନ୍ତ୍ରୀ ଅଶ୍ବିନୀ ପାତ୍ର

By

Published : Jun 13, 2023, 10:40 PM IST

ETV Bharat / videos

ପୁରୀରେ ହଟହଟା ହେଲେ ମନ୍ତ୍ରୀ ଅଶ୍ବିନୀ ପାତ୍ର

ପୁରୀ: ରଥ ଯାତ୍ରା ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀ ଅଶ୍ବିନୀ ପାତ୍ର ହେଲେ ହଟହଟା । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଘନ ଘନ ବିଦ୍ୟୁତ କାଟକୁ ନେଇ ମନ୍ତ୍ରୀ ଅଶ୍ବିନୀ ପାତ୍ର ବରିଷ୍ଠ ସେବାୟତଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସେବାୟତଙ୍କୁ ଜବାବ ନ ଦେଇ ପାରି ମନ୍ତ୍ରୀ ତରବରିଆ ଭାବରେ ଗାଡିରେ ବସି ପଳାଇଛନ୍ତି।

ଆଜି ଟାଉନ ହଲରେ ରଥ ଯାତ୍ରା ସ୍ଵତନ୍ତ୍ର ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥଲା। ବୈଠକରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଯୋଗ ଦେଇଥିଲେ। ତେବେ ରଥ ଯାତ୍ରା ପୂର୍ବ ବୈଠକରେ ଶ୍ରୀମନ୍ଦିରର ଚାରି ଦ୍ଵାର ଭକ୍ତଙ୍କ ପାଇଁ ପୁର୍ବ ଭଳି ଖୋଲିବାକୁ ସେବାୟତ, ବୁଦ୍ଧିଜୀବୀ, ସାମ୍ବାଦିକ ଦାବି କରିଥିଲେ। ଚାରି ଦ୍ଵାର ପ୍ରଵେଶ ଅନୁମତି ନଥିବାରୁ କେବଳ ସିଂହ ଦ୍ଵାର ରେ ପ୍ରବଳ ଗହଳି ହେଉଛି। 

ପ୍ରବଳ ଖରା ରେ ଛୋଟ ପିଲା, ମହିଳା, ବୃଦ୍ଧ ବ୍ୟକ୍ତି ବହୁ ଅସୁବିଧା ଭୋଗୁଛନ୍ତି । ସେହିପରି ପୁରୀ ବାସିନ୍ଦା ଙ୍କୁ ପ୍ରବେଶ ନେଇ ଏକ ସ୍ବତନ୍ତ୍ର ଦ୍ଵାରରେ ବ୍ୟବସ୍ଥା କରିବାକୁ ମଧ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । ଆଇନ ମନ୍ତ୍ରୀ କହିଥିଲେ ସେ ସରକାର ଙ୍କ ସହ ଆଲୋଚନା କରି ଏହାର ପଦକ୍ଷେପ ନେବେ। ତେବେ ଏନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ବରିଷ୍ଠ ସେବାୟତ ଦାମୋଦର ମହା ସୁଆର ବିରୋଧ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ସୁବିଧା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେବାକୁ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details