ଓଡିଶା

odisha

ରଥଖଳା ହାଲଚାଲ

ETV Bharat / videos

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ବଡଥଳି ପୋଟଳ

By

Published : Jun 7, 2023, 5:35 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ମାଉସୀ ଘରକୁ ଯିବେ ବିଶ୍ବନିୟନ୍ତା । ମହାପ୍ରଭୁ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣ କାରି ସେବକ । ତିନିରଥକୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ କରାଯାଇଛି । ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି, ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଆଗଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଛି । ତିନିରଥ ଚାଳିରେ ପୋଟଳ ନିର୍ମାଣ କାର୍ଯ୍ୟ ମହାରଣା ସେବକ ମାନଙ୍କ ଦ୍ୱାରା ଆରମ୍ଭ ହୋଇ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ 'ବଡ ଧରା' ବା 'ବଡ ଛତା' ପୋଟଳକୁ ମିଶାଇ ଛଅ, ଛଅଟି ଲେଖାଁଏ ପୋଟଳ ନିର୍ମାଣ ଶେଷ ହୋଇଛି। ପ୍ରଥମ 'ବଡ ଧରା' ପୋଟଳ ରଥରେ ସଂଯୋଗ ପାଇଁ ତିନିରଥର ତୃତୀୟ ଭୂଇଁ ଉପରେ ୪ ଟି ଲେଖାଁଏ ପୋଟଳ ଖମ୍ବୀ ଏବଂ ଦୁଇଟି ଲେଖାଁଏ ଶେଣୀ ସେଟିଙ୍ଗ ହୋଇଛି । ପୋଟଳ ୧୩ ପରସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ। ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶୀର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ । ତିନିରଥର ପ୍ରଥମ ଭୂଇଁରେ କନକ ମୁଣ୍ଡି ବସିବା ପାଇଁ ଖୋଦେଇ ତଥା ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି। ତିନିରଥର ମୂଳ କଇଁଛି ବା ଚାରି ନାହାକା କଇଁଚି ପଡିବା ପାଇଁ ୧୬ ଫୁଟର ଚାରି ଗୋଟି ଲେଖାଁଏ କଇଁଚି କାଠରେ ବିନ୍ଧ ତଥା କାପ ନିର୍ମାଣ ଶେଷ ହୋଇଛି। ରୂପକାର ସେବକ ମାନେ ତିନିରଥର 'ଚାର ପରିଛା' ରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ କରିବା ପରେ ମହାରଣା ସେବକ ଓଝା ସେବକ ଏବଂ ଭୋଇ ସେବକଙ୍କ ସହାୟତାରେ ତିନି ରଥ ସମୁଖ ଭାଗ ଦଣ୍ଡା ମୁହଁଟାରେ ସେଟିଙ୍ଗ ହୋଇଥିବା ସାଲଗୁଜରେ କଣ୍ଟା ବାଡେଇ ସେଟିଙ୍ଗ କରାଯାଇଅଛି । ରୂପକାର ସେବକ ମାନେ ତିନି ରଥର ଚାରପାରିଛରେ ଖୋଦେଉ କାର୍ଯ୍ୟ ସମ୍ପର୍ଣ୍ଣ କରି ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି । ସେହିପରି ଚିତ୍ରକାର ସେବାକାରୀମାନେ ତିନି ରଥର ପାର୍ଶ୍ୱ ଦେବଦେବୀଙ୍କ ରଙ୍ଗ କାର୍ଯ୍ୟ ଜାରି ରଖିବା ବେଳେ ତିନିରଥ ବାହ୍ୟ ଅଂଶ ଗୁଡିକର ରଙ୍ଗ ପାଇଁ ଚକ, ଗୁଜ, ଦଣ୍ଡା ଇତ୍ୟାଦିରେ ପ୍ରାଇମର ଦେବା ଆରମ୍ଭ କରିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ବାଗିଆ କଣ୍ଟା, ଗୋଡି ସାଲ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details