ଓଡିଶା

odisha

ଭକ୍ତ ଟାଣିଲେ ପୂର୍ଣ୍ଣ ବିଗ୍ରହଙ୍କ ରଥ

By

Published : Jun 20, 2023, 8:30 PM IST

ETV Bharat / videos

ହଜାର ହଜାର ଭକ୍ତଙ୍କ ଗହଳିରେ ଗଡିଲା ପୂର୍ଣ୍ଣବିଗ୍ରହଙ୍କ ରଥ

ଖୋର୍ଦ୍ଧା: ହଜାର ହଜାର ଭକ୍ତଙ୍କ ଗହଳିରେ ଗଡ଼ିଲା ପୂର୍ଣ୍ଣବିଗ୍ରହଙ୍କ ରଥ । ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ବେଶ ଉତ୍ସାହ ଓ ଆନନ୍ଦ ସହକାରେ ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି ଭାଇ ଭଉଣୀ । ଖୋର୍ଦ୍ଧା ଜାଗୁଳାଇପାଟଣା ଗ୍ରାମର ପୂର୍ଣ୍ଣବିଗ୍ରହ ହେଉଛନ୍ତି ହାତ ପାଦ ଥିବା ଠାକୁର । ବିଶ୍ୱର ଅନ୍ୟ କେଉଁଠି ଏପରି ପୂର୍ଣ୍ଣବିଗ୍ରହ ପୂଜା ପାଆନ୍ତି ନାହିଁ । ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସବୁ ନୀତିକାନ୍ତି ସରିବା ପରେ ଅପରାହ୍ନରେ ରଥ ପ୍ରତିଷ୍ଠା କରାଯାଇ ଗୋଟି ପହଣ୍ଡିରେ ବିଜେ କରାଯାଇଥିଲା। ପ୍ରଥମେ ସୁଦର୍ଶନଙ୍କ ରଥକୁ ଅଣାଯାଇଥିବାବେଳେ ପରେ ବଡ଼ଭାଇ ବଳଭଦ୍ର, ମା' ସୁଭଦ୍ରା ଓ ଶେଷରେ ମହାବାହୁ ଜଗନ୍ନାଥଙ୍କୁ ରଥାରୂଢ କରାଯାଇଥିଲା । 

ପ୍ରତିବର୍ଷ ଭଳି ଚଳିତ ବର୍ଷ ପୂର୍ବତନ ସାଂସଦ ପ୍ରସନ୍ନ ପଟଶାଣୀ ରଥରେ ଛେରା ପହଁରା କରିବା ପରେ ହଜାର ହଜାର ଭକ୍ତଙ୍କ ଗହଣରେ ରଥ ଟଣା ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ପାଇଁ ଉପଜିଲ୍ଲାପାଳ ବିଭିନ୍ନ ବ୍ୟବସ୍ଥା ହାତକୁ ନେଇଥିବା ଜଣାପଡିଛି । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ 8ଜଣ ପୋଲିସ ଅଧିକାରୀ ଓ 2 ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟଜଳ, ଆଶୁ ଚିକିତ୍ସା କେନ୍ଦ୍ର ଓ ସୂଚନକେନ୍ଦ୍ର ଖୋଲାଯାଇଥିବାବେଳେ ସ୍କାଉଟ ଗାଇଡ଼ ତଥା ସ୍ବେଚ୍ଛାସେବୀମାନେ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details