ଓଡିଶା

odisha

ରେଶମ ସହରର ବିଭିନ୍ନ ସ୍ଥାନରେ ଗଡିଲା ରଥ ,ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ETV Bharat / videos

ରେଶମ ସହରର ବିଭିନ୍ନ ସ୍ଥାନରେ ଗଡିଲା ରଥ - ରଥଯାତ୍ରା 2023

By

Published : Jun 20, 2023, 10:58 PM IST

ବ୍ରହ୍ମପୁର:ରେଶମ ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହେଲା ପବିତ୍ର ଘୋଷଯାତ୍ରା । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ରେଶମ ସହର ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ସହକାରେ ଆୟୋଜିତ ହୋଇଯାଇଛି ଘୋଷଯାତ୍ରା । ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଅବସରରେ ସହରର ବିଭିନ୍ନ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପାରମ୍ପାରିକ ରିତୀନୀତିରେ ସକାଳ ସମୟରୁ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥକୁ ଅଣାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନରେ ରଥଗୁଡିକ ମାଉସୀ ମାଁ ମନ୍ଦିରରେ ପହଞ୍ଚିଥିବା ଦେଖାଯାଇଛି । ବ୍ରହ୍ମପୁର ସହରର ଖୋଡାସିଙ୍ଗି , କୋର୍ଟପେଟା, ବିଜିପୁର, ଗୋଷାଣିନୂଆଗାଁ, ଉତ୍କଳ ଆଶ୍ରମ, ଗୋଇଲୁଣ୍ଡି, ସାନବଜାର, ବଡବଜାର ଭଳି ପ୍ରମୁଖ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜିତ ହୋଇଥିବା ବେଳେ ସେପଟେ ସମସ୍ତ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କିପରି ଶାନ୍ତିଶୃଙ୍ଖଳା ସହକାରେ ଘୋଷଯାତ୍ରା ଆୟୋଜିତ ହେବ ସେ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି । ଇଟିଭି ଭାରତ ବ୍ରହ୍ମପୁର 

ABOUT THE AUTHOR

...view details