ଓଡିଶା

odisha

ରଥ ଦଉଡି ଛୁଇଁଲେ ନବୀନ

ETV Bharat / videos

RathaYatra2023: ରଥ ଦଉଡି ଛୁଇଁଲେ ମୁଖ୍ୟମନ୍ତ୍ରୀ - ଘୋଷୟାତ୍ରା୨୦୨୩

By

Published : Jun 20, 2023, 7:38 PM IST

ପୁରୀ: ଚାଲିଛି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା । ଘୋଷଯାତ୍ରାରେ ସାମିଲ ହୋଇଛନ୍ତି ବିଶ୍ବବାସୀ। ଜନସମୁଦ୍ରରେ ପରିଣତ ହୋଇଛି ଶ୍ରୀକ୍ଷେତ୍ର ପୁରୀ  । ମୁଖ୍ୟମନ୍ତ୍ରୀ ମଧ୍ୟ ଦାରୁବ୍ରହ୍ମଙ୍କ ଘୋଷଯାତ୍ରାରେ ସାମିଲ ହୋଇ ରଥଟାଣିଛନ୍ତି। ଭକ୍ତଙ୍କ ଭିଡ ଭିତରେ ମୁଖ୍ୟମନ୍ତ୍ରୀ ସୁରକ୍ଷାବଳୟରେ ଯାଇ ଶ୍ରୀଜୀଉଙ୍କ ରଥ ଦଉଡି ଟାଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ, ପ୍ରଶାସନିକ ଅଧିକାରୀ ପ୍ରମୁଖ ରଥ ଦଉଡି ଛୁଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ ।

ସେପଟେ ପ୍ରତିକୂଳ ପାଗ ଭକ୍ତଙ୍କ ଉତ୍ସାହ ଓ ଜଗନ୍ନାଥ ପ୍ରେମରେ ପ୍ରଭାବ ପକାଇ ପାରିନାହିଁ । ପ୍ରବଳ ଗୁଳିଗୁଳି ସତ୍ବେ ଭକ୍ତଜନ ଉତ୍ସାହର  ସହିତ ବଡଦାଣ୍ଡରେ ଭକ୍ତି ରସରେ ମଗ୍ନ । ତିନି ରଥକୁ ଅତ୍ୟନ୍ତ ଉତ୍ସାହ ଭକ୍ତିରେ ଟାଣି ନେଉଛନ୍ତି ବଡଦାଣ୍ଡରେ । ଭକ୍ତ ଭଗବାନ ଏକାକାର ହୋଇଥିବା ବେଳେ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି  ପୁରା ଉତ୍କଳ ଭୂମି । ଦେଖନ୍ତୁ ଶ୍ରୀକ୍ଷେତ୍ର ପୁରୀରୁ ଭକ୍ତଙ୍କ ଉତ୍ସାହ  ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details