ଓଡିଶା

odisha

ରୋଷେଇ ଘରୁ ଉଦ୍ଧାର ହେଲା ୧୫ ଫୁଟର ବିରଳ ଅହିରାର

By ETV Bharat Odisha Team

Published : Sep 11, 2023, 5:08 PM IST

ETV Bharat / videos

ରୋଷେଇ ଘରେ ଖେଳିଲା ୧୫ ଫୁଟର ବିରଳ ଅହିରାଜ

ଉତ୍ତରାଖଣ୍ଡ: ରୋଷେଇ ଘରେ ପଶି ଖେଳିଲା ବିରାଟକାୟ ଅହିରାଜ । ଋଷିକେଶ  ମ୍ୟୁନିସିପାଲଟି ଶିବାଜୀ ନଗରରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ଏକ ବିରାଟକାୟ ଅହିରାଜ ସାପ ପଶି ଆସିଥିଲା  । ଏହାକୁ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ତୁରନ୍ତ ସୂଚନା ପାଇବା ପରେ ସାପଟିକୁ ବନ ବିଭାଗ ସୁରକ୍ଷିତ ଭାବେ ଭଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣା ପଡିଛି । ଏହି ବିରଳ ପ୍ରଜାତିର ଅହିରାଜ ସାପଟି ଉତ୍ତରାଖଣ୍ଡରେ ପ୍ରାୟ ଦେଖିବାକୁ ମିଳେ ନାହିଁ ବୋଲି ଜଣାପଡିଛି ।  ସାପଟିର ଲମ୍ବ ପ୍ରାୟ ୧୫ ଫୁଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି  । ସାପଟିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ..ସାପ କାମୁଡ଼ାରେ ଚାଲିଗଲା ମାଆ ଝିଅଙ୍କ ଜୀବନ

ସାପଟି ଘରର ରୋଷେଇ ଘରେ ଦେଖିବାକୁ ମିଳିଥିଲା  । ପ୍ରଥମେ ଘରର ଜଣେ ମହିଳା ରୋଷେଇ ଘରେ କାମ କରୁଥିବା ସମୟରେ ସାପଟିକୁ ଦେଖିଥିଲେ ଯାହା ଫଳରେ, ସେ ପ୍ରାଣ ବିକଳରେ ଘର ବହାରକୁ ଆସିଥିଲେ । ପରିବାର ଲୋକେ ଏହା ଜାଣିବା ପରେ ସଙ୍ଗେସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅହିରାଜ ସାପଟିକୁ ଉଦ୍ଧାର କରିଥିଲା । ବନ ବିଭାଗର କର୍ମଚାରୀ କମଲ ରାଜପୁତ କହିଛନ୍ତି ଦୀର୍ଘ ୨ ଘଣ୍ଟାର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details