ଓଡିଶା

odisha

rare green sea turtle

By

Published : Apr 1, 2023, 11:45 AM IST

ETV Bharat / videos

ଋଷିକୁଲ୍ୟା ମୁହାଣରେ ଦେଖାଗଲା ବିରଳ ସବୁଜ ସାମୁଦ୍ରିକ କଇଁଛ

ବ୍ରହ୍ମପୁର: ଋଷିକୁଲ୍ୟା ମୁହାଣରେ ଦ୍ୱିତୀୟ ବୃହତ୍ତମ କଇଁଛ କୁହାଯାଉଥିବା ସବୁଜ ସାମୁଦ୍ରିକ କଇଁଛ ଦେଖିବାକୁ ମିଳିଛି । ବର୍ତ୍ତମାନ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ଶେଷ ହୋଇଥିବା ବେଳେ ଋଷିକୁଲ୍ୟା ମୁହାଣରେ ଏଭଳି ବିରଳ କଇଁଛ ଅଣ୍ଡାଦାନ କରିବା ପାଇଁ ଆସିଥିବା ଅନୁମାନ କରାଯାଉଛି । ଏହିପରି କଇଁଛ ପ୍ରଥମଥର ପାଇଁ ଋଷିକୁଲ୍ୟା ମୁହାଣକୁ ଆସିଥିବା ବେଳେ ଏହା ଏକ ବଡ ଓ ବୟସାଧିକ କଇଁଛ ହୋଇଥିବା ବେଳେ ଏହିପରି କଇଁଛକୁ ପୂର୍ବରୁ କେବେ ବି ଗଞ୍ଜାମ ଉପକୂଳରେ ଦେଖିବାକୁ ମିଳିନଥିବା କୁହାଯାଇଛି । ଏହି କଇଁଛ ରଷିକୁଲ୍ୟା ବେଳାଭୂମିରେ ପାଖାପାଖି ଦୁଇ ଘଣ୍ଟାରୁ ଅଧିକ ସମୟ ରହିବା ପରେ ପୁଣି ଥରେ ବଙ୍ଗୋପସାଗରର ଜଳରାଶିକୁ ଫେରିଯାଇଥିଲା । ମୁଖ୍ୟତଃ ଏହି ପ୍ରଜାତିର କଇଁଛ ପ୍ରଶାନ୍ତ ମହାସାଗର ଦେଖିବାକୁ ମିଳୁଥିବା ବେଳେ ଏହା ଉପରେ ସାମୁଦ୍ରିକ ବିଜ୍ଞାନୀ ମାନେ ଅଧିକ ଗବେଷଣା କରି ସୂଚନା ପ୍ରଦାନ କରିପାରିବେ ବୋଲି ମତ ପ୍ରକାଶ ପାଇଛି । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details