ଓଡିଶା

odisha

Ram Temple: ଆଗେଇ ଚାଲିଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ଛାତ କାମ ଶେଷ, ଦ୍ବାର କାମ ପାଇଁ ମହାରାଷ୍ଟ୍ରରୁ ଆସିଲା କାଠ

By

Published : Jun 22, 2023, 5:50 PM IST

Ram temple: ଛାତ କାମ ପ୍ରାୟତଃ ଶେଷ, ଦ୍ବାର କାମ ପାଇଁ ମହାରାଷ୍ଟ୍ରରୁ ଆସିଲା କାଠ

ଲକ୍ଷ୍ନୌ:ଅଯୋଧ୍ୟାରେ ଜାରି ରହିଥିବା ପ୍ରଭୁ ରମଲାଲାଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁସାରେ ଜାରି ରହିଛି । ଏବେ ସୁଦ୍ଧା ମନ୍ଦିର ଢାଞ୍ଚାର ଛାତ ପଡିବା କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ସପ୍ତାହେ ମଧ୍ୟରେ ଢାଞ୍ଚାର ଛାତ କାର୍ଯ୍ୟ ଶେଷ ହେବା ନେଇ ଆଶା କରାଯାଉଥିବା ଶ୍ରୀରମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଛାତ କାର୍ଯ୍ୟ ଶେଷ ହେବା ପରେ ଚଟାଣ କାର୍ଯ୍ଯ ଆରମ୍ଭ ହେବ । ମନ୍ଦିରର ଦ୍ବାର ନିର୍ମାଣ କାର୍ଯ୍ୟ ପାଇଁ ମହାରାଷ୍ଟ୍ରରୁ କାଠ ଅଣାଯାଇଛି । ବ୍ୟବହାର ହେବାକୁ ଥିବା ମୋଟ କାଠର ପ୍ରାୟ 70 ପ୍ରତିଶତ କାଠ କେବଳ ମହାରାଷ୍ଟ୍ରରୁ ଆସିବ ।

ଆସନ୍ତା ବର୍ଷ (2024) ପ୍ରାରମ୍ଭ ସୁଦ୍ଧା ଏହି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ନିର୍ମାଣ କାର୍ଯ୍ୟ ମଧ୍ୟ ନିର୍ଦ୍ଧାରିତ ଗତିରେ ଆଗକୁ ବଢୁଛି ଓ ନିର୍ଦ୍ଧାରିତ ସମୟରେ ହିଁ ଶେଷ ହେବ । ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁସାରେ, ଆସନ୍ତାବର୍ଷ ଜାନୁଆରୀ 16 ରୁ 24 ତାରିଖ ମଧ୍ୟରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରାଯାଇପାରେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଶ୍ବବ୍ୟାପୀ ବିଶିଷ୍ଟ ବ୍ୟକ୍ତିବିଶେଷ ଅଯୋଧ୍ୟା ଆସିବେ ।

ABOUT THE AUTHOR

...view details