ଅଯୋଧ୍ୟାରୁ ବାଲିଅନ୍ତା ଆସିଲା ଅକ୍ଷତ କଳସ, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି - ଅଯୋଧ୍ୟା ରାମ ମନ୍ଦିର
Published : Jan 3, 2024, 11:58 AM IST
Ram temple inauguration invitation:ନିଆଳି: ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଉଦଘାଟନ ହେବାକୁ ଯାଉଛି । ଯେଉଥିପାଇଁ ଭାରତବର୍ଷର ପ୍ରତ୍ୟେକ ଗ୍ରାମଗୁଡିକର ଘରେ ଘରେ ଅକ୍ଷତ କଳସ ଧରି ନିମନ୍ତ୍ରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଖଣ୍ଡରୁ ବାଲିଅନ୍ତା ମଣ୍ଡଳ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମିତି ସଂଯୋଜକ ସଞ୍ଜୟ କୁମାର ପରିଜା ଓ ସହ ସଂଯୋଜକ ଦେବେନ୍ଦ୍ର ନାଥ ସାହୁଙ୍କ ତତ୍ତ୍ଵାବଧାନରେ ମଙ୍ଗଳବାର ଜଗନ୍ନାଥପୁର, ବଇଁଚୁଆ, ବାଲିଅନ୍ତାା ଓ ବେଣୁପୁର ପ୍ରମୁଖ 4ଟି ପଞ୍ଚାୟତକୁ ଅକ୍ଷତ କଳସ ପ୍ରଦାନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ... ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ପୁରୀରେ ପହଞ୍ଚିଲା ଅକ୍ଷତ କଳସ
ଏନେଇ ଅପରାହ୍ନରେ ଜଗନ୍ନାଥପୁର ପଞ୍ଚାୟତକୁ ଆସିଥିବା ପବିତ୍ର ଅକ୍ଷତ କଳସକୁ ଏକ ଶୋଭାଯାତ୍ରାରେ ପଞ୍ଚାୟତର ଗ୍ରାମଗୁଡିକରେ ପରିକ୍ରମା କରାଯାଇଥିଲା । ଏଥିରେ ଲକ୍ଷ୍ମୀଧର ପରିଜା, ପପୁନି ମଲ୍ଲିକ, ଦିଲୀପ ପ୍ରଧାନ ପ୍ରମୁଖ ଯୋଗଦେଇ ଅକ୍ଷତ କଳସକୁ ଭଜନ କୀର୍ତ୍ତନ ମାଧ୍ୟମରେ ଘରେ ଘରେ ବୁଲାଇବା ଦ୍ଵାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଜଗନ୍ନାଥପୁର ଗ୍ରାମରେ ଥିବା ମନ୍ଦିରରେ ଅକ୍ଷତ କଳସକୁ ସ୍ଥାପନ କରାଯାଇଛି ।
ଇଟିଭି ଭାରତ, ନିଆଳି