ଓଡିଶା

odisha

ETV Bharat / videos

ସିଲଭରସିଟିରେ ନିଆରା ରାକ୍ଷୀ ପୂର୍ଣ୍ଣିମା

By

Published : Aug 11, 2022, 4:38 PM IST

Updated : Feb 3, 2023, 8:26 PM IST

କଟକ: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ଏକ ପବିତ୍ର ଦିନ । ସ୍ନେହ ପ୍ରେମ ବନ୍ଧନକୁ ଆହୁରି ମଜଭୁତ କରିବା ପାଇଁ ଆଜି ଏହି ପର୍ବ ପାଳିତ ହୋଇଥାଏ । ପାରମ୍ପରିକ ଢ଼ଙ୍ଗରେ ପୂଜା ବିଧି କରି ଭାଇ ହାତରେ ରାକ୍ଷୀ ପିନ୍ଧାଇଥାଏ ଭଉଣୀ । ରେଶମୀ ଡୋରି ବାନ୍ଧି ଭଉଣୀ ଭାଇକୁ ମାଗିବ ରକ୍ଷା କରିବାର ପ୍ରତିଶ୍ରୁତି । ତେବେ ଏହି ପରିପ୍ରେକ୍ଷୀରେ କଟକରେ ଥିବା ଯଶୋଦା ସଦନରେ ମଧ୍ୟ ଏହି ପର୍ବ ବେଶ ଧୁମ ଧାମରେ ପାଳିତ ହୋଇଛି । ସଦନରେ ଥିବା ଅନ୍ତେବାସୀଙ୍କମାନେ ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧି ଏହି ପର୍ବକୁ ପାଳନ କରିଛନ୍ତି । ଯାହା ସମାଜ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରିଛି । ଯାହା କେବଳ ଭଉଣୀ ନୁହେଁ ବରଂ ଭାଇ ବି ଭଉଣୀ ହାତରେ ବାନ୍ଧୁଛି ରାକ୍ଷୀ । ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details