ଓଡିଶା

odisha

ETV Bharat / videos

କୁନି ଭାଇ ହାତରେ ଭଉଣୀର ସ୍ନେହର ଡୋରି

By

Published : Aug 11, 2022, 1:16 PM IST

Updated : Feb 3, 2023, 8:26 PM IST

ଖୋର୍ଦ୍ଧା: ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ । ସ୍ନେହ, ଶ୍ରଦ୍ଧା ଆଉ ଭାଇ ଭଉଣୀର ନିଆରା ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ରେଶମୀ ଡୋରି ବାନ୍ଧି ଭଉଣୀ ଭାଇକୁ ମାଗିବ ରକ୍ଷା କରିବାର ପ୍ରତିଶ୍ରୁତି । ଏଥିପାଇଁ ଗାଁରୁ ସହର ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଏହି ପର୍ବ ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ଭାଇ ପାଇଁ ଭଳିକି ଭଳି ରାକ୍ଷୀ କିଣି ସ୍ନେହ ଓ ଅତୁଟ ବିଶ୍ବାସର ସହିତ ଭାଇ ହାତରେ ବାନ୍ଧିଛି । ସେହିଭଳି ମିଠା ଦୋକାନ, ଉପହାର ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ଦୁଇବର୍ଷ ପରେ ଚଳିତବର୍ଷ ସଂପୂର୍ଣ୍ଣ କଟକଣା ମୁକ୍ତ ରାକ୍ଷୀ ପାଳନ ହେଉଥିବାରୁ ଜିଲ୍ଲା ହୋଇଛି ଚଳଚଞ୍ଚଳ । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details