ଓଡିଶା

odisha

mothers day

ETV Bharat / videos

Mother's Day: ରାଜକୋଟରେ ଶାଢୀ ପିନ୍ଧି ୱାକଥାନ କଲେ ମହିଳା - ରାଜକୋଟରେ ଶାଢୀ ପିନ୍ଧି ୱାକଥାନ କଲେ ମହିଳା

By

Published : May 14, 2023, 2:56 PM IST

ଗାନ୍ଧୀନଗର: ଆଜି ବିଶ୍ବ ମାତୃ ଦିବସ । ଜନ୍ମଦାତ୍ରୀ ପାଇଁ ଦିନଟିଏ ପାଳୁଛି ଦୁନିଆ । ସାରା ବିଶ୍ବ ମା' ପାଇଁ ଦିନଟିଏ ପାଳନ କରୁଛି । ବିଶ୍ବ ମାତୃ ଦିବସ ଅବସରରେ ରାଜକୋଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ରାଜକୋଟରେ ମହିଳାମାନେ ଶାଢୀ ପିନ୍ଧି ୱାକଥାନ କରିଛନ୍ତି । ବହୁ ମହିଳା ଏଥିରେ ସାମିଲ ହୋଇଛନ୍ତି। ହାତରେ ଜାତୀୟ ପତାକା ଧରି ୱାକଥାନ କରିଛନ୍ତି ମହିଳା ମାନେ।  ତ୍ୟାଗ ଓ ତପସ୍ୟାର ପ୍ରତୀକ ହେଉଛି ମାଆ । ମାଆ ବିନା ସନ୍ତାନର ସଫଳତା ଅଧା ଅଧୁରା। ମାର ଦାନ ଓ ତ୍ୟାଗକୁ ମନେ ପକାଇ ପ୍ରତିବର୍ଷ ବର୍ଷ ମେ ଦ୍ବିତୀୟ ରବିବାରକୁ ବିଶ୍ବ ମାତୃ ଦିବସ ପାଳନ କରାଯାଏ । ପ୍ରାଚୀନ ଗ୍ରୀସରେ ପ୍ରଥମେ  ଆରମ୍ଭ ହୋଇଥିଲା  ମାତୃ ଦିବସ । ପରେ ଯୁକ୍ତରାଷ୍ଟ୍ର ଆମେରିକାରେ 1908 ମସିହାରେ ଏନ୍ନା ଜାରଭିସଙ୍କ ଦ୍ବାରା ମାତୃ ଦିବସ ପାଳନ କରାଯାଇଥିଲା ।  

ABOUT THE AUTHOR

...view details