ଓଡିଶା

odisha

ପାନ୍ଥନିବାସରେ ପହିଲି ରଜ ମଉଜ

By

Published : Jun 14, 2023, 3:03 PM IST

ETV Bharat / videos

ପାନ୍ଥନିବାସରେ ପହିଲି ରଜ ମଉଜ

ଭୁବନେଶ୍ବର: ବର୍ଷକ ପରେ ଆସିଛି ରଜ  । ଘରେ ଘରେ ମହକୁଛି ପିଠାପଣା  । ରଜ ପାନ, ମିଠା, ପିଠା ଖାଇ ଦୋଳି ଖେଳରେ ମସଗୁଲ ହେଉଛନ୍ତି କୁଆଁରୀ  । ଆଜି ପହିଲି ରଜ ଅବସରରେ ଭୁବନେଶ୍ବର ସ୍ଥିତ ପାନ୍ଥନିବାସରେ ଧୁମଧାମରେ ରଜ ପାଳନ ଚାଲିଛି  । ଝିଅମାନେ କୁଙ୍କୁମ, ହାତରେ ମେହେନ୍ଦୀ, ପାଦରେ ଅଳତା ନାଇ ଦୋଳିରେ ଝୁଲୁଛନ୍ତି । ମିଠା ପିଠା ଖାଇ ରଜ ମନାଉଛନ୍ତି ରାଜଧାନୀବାସୀ ।  ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସରେ ପର୍ଯ୍ୟଟନ ବିଭାଗ ଓଟିଡିସି ପକ୍ଷରୁ ଚଳିତ ବର୍ଷ ରଜପର୍ବ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଛି ।  ୩ ଦିନ ଧରି ପାନ୍ଥନିବାସରେ ରଜ ପାଳନ ହେବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ । ଗାଁଠୁ ସହର ଯାଏଁ ସବୁଠି ଆଜି ଉତ୍ସାହର ମାହୋଲ । ପହିଲି ରଜରେ ଗାଁରୁ ଭାସି ଆସୁଛି ରଜ ଗୀତ ବନସ୍ତେ ଡାକିଲା ଗଜ...ଗାଁ ହେଉ ଅବା ସହର, ସବୁଠି ଝିଅ ବୋହୂମାନେ ଏକାଠି ହୋଇ ଦୋଳି ଖେଳି ରଜ ମଉଜ କରୁଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details