ଓଡିଶା

odisha

ଶିତୁଆ ସକାଳେ କଳାହାଣ୍ଡିରେ ଜମିଲା ରାହାଗିରି

By ETV Bharat Odisha Team

Published : Jan 13, 2024, 4:33 PM IST

କଳାହାଣ୍ଡିରେ ରାହାଗିରି

Rahagiri in Kalahandi: ଭବାନୀପାଟଣା: କେଉଁଠାରେ ଯୋଗାଭ୍ୟାସ ପ୍ରଦର୍ଶିତ ହେଉଛି ତ କେଉଁଠାରେ ଡ୍ରମ ଡ୍ୟାନ୍ସ । ନାଚ ଗୀତ ଆସରରେ ଲୋକେ ମଜା ନେଉଛନ୍ତି ରାହାଗିରିର । ତେବେ ଆସନ୍ତାକାଲି କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪ ଉଦଘାଟିତ ହେବାକୁ ଯାଉଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାହାଗିରିର ଆୟୋଜନ କରାଯାଇଛି । ଭବାନୀପାଟଣା ସହରର ଜେଲ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କଳାର ଆସର ଜମିଛି ।    

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ଯୁବ ଦିବସ, ଆଜିର ଓଡିଶା ଓ ଯୁବ ସମାଜ ଶୀର୍ଷକରେ ଆଲୋଚନା ଚକ୍ର

ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟାସ, ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଡ୍ରମ ଡ୍ୟାନ୍ସ , ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୁ ଓ ମାର୍ଶାଲ ଆର୍ଟର କୌଶଳ , ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରାଙ୍ଗରାଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ଅନ୍ୟ ପଟରେ କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ଶିଶୁ ଶ୍ରମିକ ସଚେତନ ଓ କମ ବୟସରେ ଝିଅଙ୍କୁ ବିବାହ ନକରାଇବା ନେଇ କ୍ଷୁଦ୍ର ନାଟକ ସହିତ ଲୋକଗୀତରେ ଘୁଡକା ନାଚ ପ୍ରଦର୍ଶିତ ହୋଇଥିଲା । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନେ ବାଲୁକା କଳା ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଉତ୍ସବର ବିଶେଷ ଆକର୍ଷଣ ରହିଥିଲା ମୁଖ୍ୟମନ୍ତ୍ରୀ ‘ନବୀନ ପଟ୍ଟନାୟକ’ ଅଭିନୟ । ଭବାନୀପାଟଣା ସହରର କଳାକାର କୈଳାସ ସାହୁ ନବୀନ ପଟ୍ଟନାୟକ ଭୂମିକାରେ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କରାଇଥିଲେ । ଆୟୋଜିତ ଏହି ଉତ୍ସବରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ତେବେ ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details