ଆଜି ଅଁଳା ନବମୀ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ
Published : Nov 21, 2023, 11:32 AM IST
ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ଅଁଳା ନବମୀ । ମହାକାର୍ତ୍ତିକ ମାସର ନବମୀ ତିଥି । ଆଜି ରାଧାରାଣୀଙ୍କ ପାଦ ଦର୍ଶନ କରି ମନୁଷ୍ୟ କୃତାର୍ଥ ଲାଭ କରିଥାଏ । ଏଥିପାଇଁ ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ରାଧାରାଣୀଙ୍କ ପଦଯୁଗଳ ଦର୍ଶନ ଚାଲିଛି । ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରେ ଅଁଳା ନବମୀ ରୀତିନୀତି ଅନୁଯାୟୀ ସମାପନ ହେଉଛି । ରାଧାରାଣୀ ଆଜି ଅଁଳା ନବମୀ ଅବସରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଥିବା ବେଳେ କୃଷ୍ଣ ନଟବର ବେଶରେ ଦର୍ଶନ ଦେଉଛନ୍ତି । ସେହିପରି ପ୍ରତି ଗ୍ରାମର ହବିଷ୍ୟାଳିମାନେ ଆଜିଠାରୁ ବୃନ୍ଦାବତୀଙ୍କ ନିକଟରେ ରାଧା ଦାମୋଦର ପୂଜା କରି ବ୍ରତ ରଖିଥିବା ଦେଖିବାକୁ ମିଳୁଛି । ହବିଷ୍ୟାନ୍ନ ଭୋଜନ କରି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକକୁ ପାଳନ କରିବେ ହବିଷ୍ୟାଳି । ସେହିପରି ଓଡ଼ିଆ ସଂସ୍କୃତି ଅନୁସାରେ ପବିତ୍ର ମହାକାର୍ତ୍ତିକ ମାସରେ ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ଜଗନ୍ନାଥଙ୍କ ବିଭିନ୍ନ ବେଶକୁ ବିଭିନ୍ନ ରଙ୍ଗ ବେରଙ୍ଗର ମୁରୁଜ ପକାଇ ଅଙ୍କା ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ- ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼
ଇଟିଭି ଭାରତ, ଖୋର୍ଦ୍ଧା