ଓଡିଶା

odisha

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଶିଳ୍ପ ଜିଲ୍ଲାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଗାଡି ଚଳାଚଳ ପ୍ରଭାବିତ

By ETV Bharat Odisha Team

Published : Jan 6, 2024, 7:57 AM IST

Published : Jan 6, 2024, 7:57 AM IST

Quit Steering Protest: ଅନୁଗୋଳ: ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଶୁକ୍ରବାରଠାରୁ ସର୍ବଭାରତୀୟ ସ୍ତରରେ ଗାଡ଼ି ଚାଳକମାନେ ଧର୍ମଘଟ ଆରମ୍ଭ କରିଥିବା ବେଳେ ଓଡ଼ିଶା ଡ୍ରାଇଭର୍‌‌ ମହାସଂଘ ଏଥିରେ ସାମିଲ ହୋଇଛି । ଆଇନ୍‌‌ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଓଡ଼ିଶାର ଗାଡ଼ି ଡ୍ରାଇଭରମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ଯାହାର ପ୍ରଭାବ ଅନୁଗୋଳ ଜିଲ୍ଲାରେ ପଡିଛି । ଆନ୍ଦୋଳନ ଯୋଗୁଁ ଅନୁଗୋଳ ବସଷ୍ଟାଣ୍ଡରୁ ବସ୍ ଚଳଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆଜି ସୁବର୍ଣ୍ଣପୁରରେ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଏହାଛଡା ଏହି ଆନ୍ଦୋଳନ ପ୍ରଭାବ ମଧ୍ୟ ଜିଲ୍ଲାର କୋଇଲା ଖଣି ଓ ଅନ୍ୟ ଶିଳ୍ପ ସଂସ୍ଥା ଉପରେ ପଡିଛି । କୋଇଲା ଖଣି ଅଞ୍ଚଳରେ ତାଳଚେର ଡ୍ରାଇଭର ମହାସଙ୍ଘ ପକ୍ଷରୁ ମଧ୍ୟ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଟ୍ରକ ବିଭିନ୍ନ ସ୍ଥାନରେ ଛିଡା ହୋଇରହିଛି । ପୂର୍ବରୁ ଡ୍ରାଇଭରଙ୍କ ଆନ୍ଦୋଳନ ଆଗରେ ସରକାରଙ୍କୁ ମୁଣ୍ଡ ନୂଆଁଇବାକୁ ପଡିଥିବା ବେଳେ ଏହି ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ କିଭଳି ସରକାର ପ୍ରଶମିତ କରିବେ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details