ଓଡିଶା

odisha

ବନ୍ଦେ ଭାରତ ଟ୍ରେନ ପ୍ରତିକୃତି

By

Published : May 18, 2023, 7:27 AM IST

ETV Bharat / videos

ବନ୍ଦେ ଭାରତ ଟ୍ରେନ ପ୍ରତିକୃତି ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା

ପୁରୀ:ଆଜି ଓଡ଼ିଶାରେ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରୀ-ହାୱଡା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଦେଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ନନ୍ଦିନୀ ପଟ୍ଟନାୟକ । ନନ୍ଦିନୀ କିଛି କାର୍ଡ ବୋର୍ଡ, ପେପର ଓ ରଙ୍ଗ ବ୍ୟବହାର କରି ବନ୍ଦେ ଭାରତ ଏକ୍ସପ୍ରେସର ଏକ ଅବିକଳ ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି । ଯାହାକି ଦେଖିବାକୁ ବେଶ୍ ଆକର୍ଷଣୀୟ । ବନ୍ଦେ ଭାରତ ଟ୍ରେନ ଆଜିଠୁ ପୁରୀ ଓ ହାୱଡା ମଧ୍ୟରେ ଚଳାଚଳ କରିବ । ପ୍ରତିଦିନ ସକାଳ ୬ଟା ୧୦ ମିନିଟ ସମୟରେ ଏହି ଅତ୍ୟାଧୁନିକ ଟ୍ରେନ ହାୱଡା ଷ୍ଟେସନରୁ ବାହାରି ୧୨ଟା ୧୫ ମିନିଟରେ ପୁରୀରେ ପହଞ୍ଚିବ । ସେହିପରି ଅପରାହ୍ନ ୧ଟା ୫୦ ମିନିଟରେ ପୁରୀରୁ ବାହାରି ରାତି ସାଢେ ୮ଟାରେ ହାୱଡାରେ ପହଞ୍ଚିବ । ଏହା ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଚାଲିବ  ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details