ଓଡିଶା

odisha

ETV Bharat / videos

ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ - Azadi ka Amrit Mahotsav

By

Published : Aug 9, 2022, 10:25 PM IST

Updated : Feb 3, 2023, 8:26 PM IST

ପୁରୀ: ମିଶନ ଶକ୍ତି ପକ୍ଷରୁ ଏକ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ । ସ୍ବାଧୀନତା ଦିବସ ଉପଲକ୍ଷେ ଏହି ଜାତୀୟ ପତାକା ପ୍ରସ୍ତୁତ କରାଯାଇଛି। ପୁରୀ ପୌରସଂସ୍ଥା ଅଧୀନରେ ଥିବା ବିଭିନ୍ନ ଏସ୍ଏଚ୍‌(SHG) ଗ୍ରୁପ ଏହି ଜାତୀୟ ପତାକା ପ୍ରସ୍ତୁତି ନିମନ୍ତେ ନିୟୋଜିତ ହୋଇଥିଲେ। ପାଖାପାଖି ୪୦୦୦ ମହିଳା ଏହି ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ଗୋଟିଏ ପତାକା ସିଲେଇ କରିବାକୁ ମହିଳାଙ୍କୁ ୨ ଟଙ୍କା ଲେଖାଏଁ ମିଳୁଛି। ସେହିଭଳି ପତାକା କାଟିବା ନିମନ୍ତେ ପତାକା ପିଚ୍ଛା ଟଙ୍କାଟେ ଲେଖାଏଁ ଦିଆଯାଉଛି।ତେବେ ପତାକା ପ୍ରସ୍ତୁତି ମହିଳାଙ୍କୁ ରୋଜଗାରର ପନ୍ଥା ଦେଇଛି। ପୁରୀର ସମସ୍ତ ୱାର୍ଡର ମହିଳା ପତାକା ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି।ଏଥି ନିମନ୍ତେ ଆବଶ୍ୟକ କଞ୍ଚା ମାଲ୍ କଟକରୁ ଅଣାଯାଇଥିଲା। ତେବେ ପତାକା ସିଲେଇ କରାଯିବା ପରେ ଏହା ମିଶନ ଶକ୍ତି ଭବନକୁ ପଠାଯିବ। ସ୍ଵାଧୀନତା ଦିବସ ନିମନ୍ତେ ମିଶନ ଶକ୍ତି ପକ୍ଷରୁ ରାଜ୍ୟବ୍ୟାପୀ ୩୦ ଲକ୍ଷ ଅଧିକ ପତାକା ପ୍ରସ୍ତୁତ କରାଯାଉଛି। ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details