ଓଡିଶା

odisha

ସ୍ୱଚ୍ଛତା ହିଁ ସେବା ଅଭିଯାନ ଆଳରେ ପ୍ରହସନ

ETV Bharat / videos

ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ଆଖିଠାର, ପ୍ରଥମେ ଅଳିଆ ପକାଇଲେ ପରେ ସଫା କରି ବାଃ ବାଃ ନେଲେ

By ETV Bharat Odisha Team

Published : Oct 3, 2023, 3:37 PM IST

ପୁରୀ:ସ୍ୱଚ୍ଛତା ହିଁ ସେବା ଅଭିଯାନ ନାଁରେ ପ୍ରହସନ । ପ୍ରଥମେ ଅଳିଆ ପକାଇଲେ ପରେ ସେହି ଅଳିଆକୁ ସଫା କରି ବାଃ ବାଃ ନେଲେ । ଏ ଦୃଶ୍ୟ ହେଉଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଗାନ୍ଧୀ ଜୟନ୍ତୀରେ ମେଡିକାଲ ଆଉଟଡୋର ନିକଟରେ ଆୟୋଜିତ ଏକ ସଫେଇ କାର୍ଯ୍ୟକ୍ରମରେ‌ ବିଭିନ୍ନ ସ୍ଥାନରେ ପଡିଥିବା ଆବର୍ଜନାକୁ କର୍ମଚାରୀ ମାନେ ସଫା କରୁଥିବା ବେଳେ କିଛି ଅଧିକାରୀ କାର୍ଯ୍ୟକ୍ରମ ଉଦଘାଟନ କରିବାକୁ ଆସିଥିଲେ । ତେବେ ଜଣେ ସଫେଇ କର୍ମଚାରୀ ଏକ ଝୁଡ଼ିରେ ମେଞ୍ଚାଏ ଆବର୍ଜନା ଆଣି ସଫା ସ୍ଥାନରେ ଗଦା କରିଥିବା ବେଳେ ଅନ୍ୟଜଣେ ଗୋଡ଼ରେ ଅଳିଆକୁ ଖେଳାଇ ଏଣେତେଣେ ଫିଙ୍ଗିଥିଲେ । ତା ପରେ ଡାକ୍ତର ଓ ମେଡିକାଲ କର୍ମଚାରୀ ଝୁଡ଼ି ଧରି ସେହି ଅଳିଆକୁ ସଫା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଖୋଦ୍ ଏଡିଏମଓ ତାଳିମାରି ସେମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ହାତ ଲଗାଇ ସଫା କରିବାରେ ସହଯୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ସଫା ସ୍ଥାନରେ ଆବର୍ଜନା ପକାଇ କାର୍ଯ୍ୟକ୍ରମ କରାଯାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି । ଭାରତ ସରକାର ସ୍ୱଚ୍ଛତାକୁ ନେଇ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପୁରୀ ମେଡ଼ିକାଲର କର୍ମଚାରୀମାନଙ୍କ ଏହି ସଫେଇ ଅଭିଯାନକୁ ପ୍ରହସନରେ ପରିଣତ କରି ଗାନ୍ଧିଜୀଙ୍କ ସ୍ୱଚ୍ଛତା ବାର୍ତ୍ତାକୁ ଅସମ୍ମାନ କରିଥିବା ଅଭିଯୋଗ ହେଉଛି । ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details