ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା, ଟୁଟୁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି କଲେ ସାମ୍ବାଦିକ - tutu nayak attacks etv bharat lady journalist
Published : Nov 3, 2023, 8:52 PM IST
ପୁରୀ: ମହିଳା ସାମ୍ବାଦିକାଙ୍କୁ ମାଡ଼ମାରିବା ଘଟଣା । ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କୁ ଜୋରଦାର ବିରୋଧ । ଟୁଟୁଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କଲେ ସାମ୍ବାଦିକ । ସାମ୍ବାଦିକଙ୍କୁ ମାଡ଼ ମାରି କେବଳ ମହିଳାଙ୍କୁ ଅସମ୍ମାନ କରିନାହାନ୍ତି ବରଂ ଗଣତନ୍ତ୍ରର 4ର୍ଥ ସ୍ତମ୍ଭକୁ ମଧ୍ୟ ଅସମମ୍ମାନ କରିଛନ୍ତି । ତେଣୁ ଟୁଟୁଙ୍କୁ ଏଭଳି କାର୍ଯ୍ୟ ନିନ୍ଦନୀୟ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ସାମ୍ବାଦିକ ।
ସୂଚନା ଅନୁସାରେ, ଭୁବନେଶ୍ବରରେ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତ। ସାମ୍ବାଦିକା ଜଣକ କିଛି ପ୍ରଶ୍ନ କରିବାକୁ ବୁମ ଉଠାଉଥିବା ବେଳେ ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ ପ୍ରଯୋଜକ ଟୁଟୁ ନାୟକ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହେବା ସହ ସବୁ ମହଲରୁ ଟୁଟୁଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ.....Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ
ଇଟିଭି ଭାରତ, ପୁରୀ