ଓଡିଶା

odisha

Diwali 2023: ଦୀପାବଳି ପାଇଁ ଆଲୋକରେ ସଜେଇ ହୋଇଛି ସ୍ବର୍ଣ୍ଣ ମନ୍ଦିର, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Nov 12, 2023, 7:20 PM IST

ଚଣ୍ଡିଗଡ: ଆଜି ସାରା ଦେଶରେ ବେଶ ଧୁମଧାମରେ ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ଶିଖ ଧର୍ମାବଲମ୍ବୀଙ୍କର ସର୍ବୋଚ୍ଚ ଆରାଧନା ସ୍ଥାନ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ମଧ୍ୟ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି । ପୁରା ମନ୍ଦିର ପରିସରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ସଂଧ୍ୟାରେ ଆତସବାଜୀ ମଧ୍ୟ ଆରମ୍ଭ ହୋଇଛି । ହଜାର ହଜାର ଶିଖ ଓ ଅନ୍ୟ ଧର୍ମର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ଚଣ୍ଡିଗଡ:ଆଜି ସାରା ଦେଶରେ ବେଶ ଧୁମଧାମରେ ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ଶିଖ ଧର୍ମାବଲମ୍ବୀଙ୍କର ସର୍ବୋଚ୍ଚ ଆରଧନା ସ୍ଥାନ ଅମୃତସର ସ୍ଥିତ ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରରେ ମଧ୍ୟ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି । ସମଗ୍ର ମନ୍ଦିର ପରିସରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ସଂଧ୍ୟାରେ ଆତସବାଜୀ ମଧ୍ୟ ଆରମ୍ଭ ହୋଇଛି । ହଜାର ହଜାର ଶିଖ୍‌ ଓ ଅନ୍ୟ ଧର୍ମର ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦୀପାବଳି ପାଳନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଦେଶର କୋଣ ଅନୁକୋଣରେ ଥିବା ପ୍ରାୟ ସମସ୍ତ ଐତିହ୍ୟ ସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଏଥର ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରଦୂଷଣ କାରଣରୁ ବିଭିନ୍ନ ରାଜ୍ୟରେ ବିପଜ୍ଜନକ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି । କେବଳ ବିଷାକ୍ତ ଉପାଦନ ନଥିବା ଓ ପରିବେଶ ଅନୁକୂଳ ବାଣର ବିକ୍ରି ଓ ବ୍ୟବହାରକୁ ନିଶ୍ଚିତ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ    

ABOUT THE AUTHOR

...view details