ଓଡିଶା

odisha

Watch: PSLV ରକେଟରୁ କେମିତି ଅଲଗା ହେଲା ଆଦିତ୍ୟ L1

By ETV Bharat Odisha Team

Published : Sep 2, 2023, 2:04 PM IST

PSLV C-57 has successfully injected the Aditya L-1 satellite

ହାଇଦ୍ରାବାଦ:ଆଜି ପୂର୍ବାହ୍ନ 11.50ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ1କୁ ସଫଳ ଉତକ୍ଷେପଣ କରାଯାଇଛି । ତେବେ ଉତକ୍ଷେପଣ ପରେ ଗୋଟିଏ ପରେ ଗୋଟିଏ ପ୍ରକ୍ରିୟା ସମାପ୍ତ କରିଛି ପିଏସଅଲଭି ରକେଟ । ବର୍ତ୍ତମାନ ଆଦିତ୍ୟ- L1 ସଫଳତାର ସହିତ PSLV ରକେଟ ଠାରୁ ଅଲଗା ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଆଦିତ୍ୟ- L1କୁ ସଫଳତାର ସହିତ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପିତ କରାଯାଇଛି । ଏନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ ସୂଚନା ଦେବା ସହିତ ସମସ୍ତଙ୍କୁ ବଧେଇ ଦେଇଛନ୍ତି । ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବା ପାଇଁ ୧୫ ଲକ୍ଷ କିଲୋମିଟର ଯିବ ଆଦିତ୍ୟ L1। ତେବେ ଏହି ଦୂରତା ଅତିକ୍ରମ କରିବା ପାଇଁ ପ୍ରାୟ 4 ମାସ ବା 125 ଦିନ ସମୟ ଲାଗିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । 

ଏହା ମଧ୍ୟ ପଢନ୍ତୁ: Aditya L1: ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ-L1, ଟିମକୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ମୁଖ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details