ଓଡିଶା

odisha

ଓଡ଼ିଆ ପୁଅ ନିଶାରଉଦ୍ଦିନ

By

Published : Aug 15, 2023, 7:16 AM IST

ETV Bharat / videos

ବିଦେଶ ମାଟିରେ ଚମକିବେ ଓଡ଼ିଆ ପୁଅ ନିଶାରଉଦ୍ଦିନ

ବାଲେଶ୍ବର: ବିଦେଶ ମାଟିରେ ପୁଣି ଚମକିବେ ଓଡ଼ିଆ ପୁଅ । କାଠମାଣ୍ଡୁରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେବେ ବାଲେଶ୍ବରର ନିଶାରଉଦ୍ଦିନ । ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ନିଶାରଉଦ୍ଦିନ ମନୋନୀତ ହେବାପରେ ସବୁ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।  

ସୂଚନା ଅନୁସାରେ, ବାଲେଶ୍ଵର ସହରର ବଙ୍କାଖେଜୁରୀ ଅଞ୍ଚଳର ଶେଖ ନିଶାରଉଦ୍ଦିନ ନେପାଳ କାଠମାଣ୍ଡୁରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅଂଶ  ଗ୍ରହଣ କରିବେ । ଏଥିପାଇଁ ସୋମବାର ବାଲେଶ୍ଵର ଷ୍ଟେସନରୁ କାଠମାଣ୍ଡୁ ବାହାରିଛନ୍ତି ନିଶାରଉଦ୍ଦିନ । ତାଙ୍କ ସହ ତାଙ୍କ ବାପା ଓ କୋଚ୍‌ ମଧ୍ୟ ନେପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ କାଠମାଣ୍ଡୁରେ ଆୟୋଜିତ ଏହି ପ୍ରତିଯୋଗିତାରେ ନିଶାରଉଦ୍ଦିନ ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଦେଶରେ ବାଜି ମାରିଲେ ଓଡ଼ିଆ ଝିଅ, ସୁପରମଡେଲ ପ୍ରତିଯୋଗିତାରେ ହାତେଇଲେ ପ୍ରଥମ ରନର୍ସଅପ୍ ଟାଇଟଲ

ନିଶାରଉଦ୍ଦିନଙ୍କ ବୟସ ମାତ୍ର 22ବର୍ଷ, ହେଲେ ସାଉଁଟିଲେଣି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଗୌରବ । 2019ରୁ ନିଶାରଉଦ୍ଦିନ ବଡି ବିଲ୍ଡିଂ ପାଇଁ ଇଚ୍ଛା ରଖିଥିବା ବେଳେ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ସୁନ୍ଦର ବଡି ପାଇଁ ପୁରସ୍କୃତ ହୋଇଛନ୍ତି । ଏହି ବଡି ବିଲ୍ଡିଂ ପାଇଁ ପୂର୍ବରୁ ନିଶାରଉଦ୍ଦିନ ପୁନେରେ ମିଷ୍ଟର ୟୁନିଭର୍ସ, ଜୁନିଅର ମିଷ୍ଟର ଇଣ୍ଡିଆ ଆଦି ପ୍ରତିଯୋଗିତାରେ ଭାଗ ନେଇ ବାଲେଶ୍ଵର ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ତେବେ କାଠମାଣ୍ଡୁର ଏହି ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ନିଶାରଉଦ୍ଦିନ ମନୋନୀତ ହେବାପରେ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଇଟିଭି ଭାରତ,ବାଲେଶ୍ବର

ABOUT THE AUTHOR

...view details