ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବନ ବିରୁଦ୍ଧରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ - ବ୍ରହ୍ମପୁରରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ
Published : Dec 23, 2023, 11:18 AM IST
MPs suspended from lok sabha:ବ୍ରହ୍ମପୁର:ବିରୋଧୀ ଦଳର ସାଂସଦମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି । ଏନେଇ ବ୍ରହ୍ମପୁର ଠାରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ହୋଇଯାଇଛି । ଏଥିରେ ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ଆୟୋଜିତ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ତେବେ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ସଂସଦରେ ବିରୋଧୀ ସାଂସଦମାନେ ସାମ୍ଵିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ମୁହଁ ଖୋଲିବାରୁ ସେମାନଙ୍କୁ ଗଣ ନିଲମ୍ଵନ କରାଯିବା ଘଟଣା ଦେଶରେ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି l ଏକ ଛତ୍ରବାଦୀ ମୋଦି ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ସାଂସଦଙ୍କୁ ନିଳମ୍ଵନ କରି ବିରୋଧୀ ଦଳ ଶୂନ୍ୟ ସଂସଦ ଚଳାଇବାର କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି ।
ଏହାଦ୍ୱାରା ସଂସଦୀୟ ଗଣତନ୍ତ୍ରକୁ ହତ୍ୟା କରାଯାଇଛି l ଭାରତୀୟ ସାମ୍ଵିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ର ଉପରେ ଏକଛତ୍ରବାଦୀ-ସାମ୍ପ୍ରଦାୟିକ କୂଚକ୍ର ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଜନ ବିରୋଧୀ ନୀତି ଗ୍ରହଣ କରି ମୋଦି ସରକାର ଯେଉଁ ଆକ୍ରମଣ ଆରମ୍ଭ କରିଛନ୍ତି । ତାହା ଭାରତୀୟ ଗଣତନ୍ତ୍ରରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଆୟୋଜିକ ବୈଠକରେ କୁହାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା,ବୃନ୍ଦାବନ ଖଟେଇ, ରବି ଅଧିକାରୀ, ଚିନ୍ମୟ କୁମାର ହୋତା,ପଦ୍ମ ଚରଣ ସାହୁ , ପ୍ରମୁଖ ଉପସ୍ଥିତ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବନ ଘଟଣା, କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲା କଂଗ୍ରେସ
ଇଟିଭି ଭାରତ, ବ୍ରହ୍ମପୁର