ଓଡିଶା

odisha

Congress Plenary Session: ପ୍ରିୟଙ୍କାଙ୍କ ପାଇଁ ରାସ୍ତା ହେଲା ଗୋଲାପମୟ

ETV Bharat / videos

Congress Plenary Session: ପ୍ରିୟଙ୍କା ପାଇଁ 2KM ରାସ୍ତାରେ ବିଛାଇଲେ 600kg ଗୋଲାପ - प्रियंका गांधी

By

Published : Feb 25, 2023, 10:22 PM IST

ରାୟପୁର:ରାୟପୁରରେ ଆଜି ଦ୍ବିତୀୟ ଦିବସରେ ଜାରି ରହିଛି କଂଗ୍ରେସର ମହାଅଧିବେଶନ । ଦ୍ବିତୀୟ କାର୍ଯ୍ୟଦିବସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭିନ୍ନ ତଥା ଭବ୍ୟ ସ୍ବାଗତ କରିଛି ଦଳ । ପ୍ରିୟଙ୍କା ପାଇଁ ରାସ୍ତାରେ ଗୋଲାପମୟ କରାଯାଇଥିଲା । ପ୍ରିୟଙ୍କାଙ୍କୁ ସ୍ୱାଗତ କରିବା ପାଇଁ ରାୟପୁର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପହଞ୍ଚିଥିଲେ । ବଘେଲଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତା ଓ କର୍ମୀ ମଧ୍ୟ ବିମାନ ବନ୍ଦର ଯାଇଥିଲେ । ଏକ ବିଶାଳ ରୋଡ ସୋରେ ପ୍ରିୟଙ୍କା ଓ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କାର୍ଯ୍ୟକ୍ରମସ୍ଥଳକୁ ଆସିଥିଲେ । ପ୍ରିୟଙ୍କାକୁ ସ୍ବାଗତ କରିବା ପାଇଁ ରାସ୍ତାରେ ଗୋଲାପ ବିଛାଇଥିଲେ ଦଳୀୟ କର୍ମୀ । ରାସ୍ତାର ଦୁଇପାର୍ଶ୍ବରେ ମଧ୍ୟ କଂଗ୍ରେସ କର୍ମୀ ଓ ସମର୍ଥକ ପ୍ରିୟଙ୍କାକୁ ଅଭିବାଦନ ଜଣାଇଥିଲେ ।  ଦୁଇ କିମି ପର୍ଯ୍ୟନ୍ତ 600 କେଜି ଗୋଲାପ ବିଛାଇଥିଲେ । 
 

କଂଗ୍ରେସ ଶାସିତ ଛତିଶଗଡ ରାଜଧାନୀରେ କଂଗ୍ରେସର ଏହି ତିନିଦିନିଆ ମହାଧିବେଶନ ଜାରି ରହିଛି । ଏଥିରେ ପୂର୍ବତନ ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧୀ, ଝିଅ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ, ପାର୍ଟି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମ୍ମିଳନୀରେ ସାମିଲ ହୋଇଥିଲେ । ପ୍ରଥମେ ପାର୍ଟି ସଭାପତି ଖଡଗେ ସମ୍ବୋଧନ ରଖିବା ପରେ ସୋନିଆ ଗାନ୍ଧୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ନିଜ ସମ୍ବୋଧନରେ ସୋନିଆ ତାଙ୍କ ରାଜନୈତିକ ଜୀବନରୁ ବିରାମ ନେବା ନେଇ ପରୋକ୍ଷ ଘୋଷଣା ମଧ୍ୟ କରିଥିଲେ । ତାଙ୍କ ଅଧ୍ୟକ୍ଷତା ସମୟରେ ଦଳରେ ଭାରତ ଯୋଡୋ ଯାତ୍ରା ସମାପ୍ତ ହୋଇଛି । ସେ ଏଥିରେ ଖୁସି, ତେବେ ଏହା ତାଙ୍କର ଶେଷ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରେ ବୋଲି ମଧ୍ୟ ସୋନିଆ କହିଥିଲେ ।

ସେହିପରି ସେ ଦଳକୁ ଆଗକୁ ବଢିବା ସହ ଖଡଗେଙ୍କ ନେତୃତ୍ବରେ ଆଗାମୀ ନିର୍ବାଚନରେ ବଲ ପ୍ରଦର୍ଶନ କରିବାକୁ ପ୍ରତିଶୃତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ । ସୋନିଆ ଗାନ୍ଧୀ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ବର୍ତ୍ତମାନର ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟଶୈଳୀ ଦେଶରେ ସମ୍ବିଧାନିକ ମୂଲ୍ୟବୋଧକୁ ଉଲଙ୍ଘନ କରୁଛି । ଏହାସହ ଚଳିତ ସାଧାରଣ ନିର୍ବାଚନ (2024)ରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଦଳ ଭାରତୀୟ ଜନତା ପାର୍ଟିକୁ ହରାଇବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ମଧ୍ୟ ଦେଇଥିଲେ । ଦଳର ମହାଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଛି । ଆଜି କାର୍ଯ୍ୟକ୍ରମର ଦ୍ବିତୀୟ ଦିନ । ଆସନ୍ତାକାଲି ତୃତୀୟ ତଥା ଅନ୍ତିମ ଦିବସ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details