ଓଡିଶା

odisha

ରାଉରକେଲାରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ, ଷ୍ଟାଣ୍ଡରେ ଛିଡା ହୋଇଛି ଶହ ଶହ ବସ

ETV Bharat / videos

ରାଉରକେଲାରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ, ଷ୍ଟାଣ୍ଡରେ ଛିଡା ହୋଇଛି ଶହ ଶହ ବସ - ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟ

By ETV Bharat Odisha Team

Published : Oct 20, 2023, 2:23 PM IST

ରାଉରକେଲା:ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟରେ ରାଜ୍ୟର ଘରୋଇ ବସ ମାଲିକ ସଂଘ । ଯାହାର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି । ରାଉରକେଲାରେ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଯାହା ଫଳରେ ବସ ଷ୍ଟାଣ୍ଡରେ ଶହଶହ ବସ ଛିଡ଼ା ହୋଇଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ..ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ରାଜ୍ୟ ଘରୋଇ ବସ୍ ମାଲିକ ମହାସଂଘର ବନ୍ଦ ଡାକରା ଯୋଗୁଁ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଏହି ଧର୍ମଘଟର ପ୍ରଭାବ ଦୂର ଦୂରାନ୍ତକୁ ବ୍ୟାପିଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶାରଦୀୟ ଦୁର୍ଗାପୂଜା ଛୁଟି ଆରମ୍ଭ ହୋଇଥିବା ନିଜ ଗାଁକୁ ଯିବାକୁ ଅନେକ ଲୋକେ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଛନ୍ତି । ମହାସଂଘର ଏଭଳି ନିଷ୍ପତି ଯୋଗୁଁ ରାଜ୍ୟ ତମାମ ଯାତ୍ରୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details