ଓଡିଶା

odisha

ETV Bharat / videos

G20 Presidency: ଭାରତକୁ ଅଧ୍ୟକ୍ଷତା ହସ୍ତାନ୍ତରଣ କଲା ଇଣ୍ଡୋନେସିଆ, ତାଳିରେ ଫାଟି ପଡିଲା ପରିବେଶ - ବାଲିରେ ପ୍ରଧାନମନ୍ତ୍ରୀ ମୋଦି

By

Published : Nov 16, 2022, 4:57 PM IST

Updated : Feb 3, 2023, 8:32 PM IST

ଜାକର୍ତା: ଶେଷ ହୋଇଛି ଇଣ୍ଡୋନେସିଆର ବାଲିରେ ଆୟୋଜିତ 17ତମ ଜି20 ସମ୍ମିଳନୀ । ଆଜି (ବୁଧବାର) ସମ୍ମିଳନୀର ଉଦଯାପନୀ ସମାରୋହରେ ଆୟୋଜକ ଇଣ୍ଡୋନେସିଆ ସମ୍ମିଳନୀର ଆସନ୍ତା ସଂସ୍କରଣ ପାଇଁ ଅଧ୍ୟକ୍ଷତା ଭାର ଭାରତକୁ ହସ୍ତାନ୍ତର କରିଛି (Indonesia hands over the presidency of G20)। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଅଧ୍ୟକ୍ଷତା ସ୍ବରୂପ ପ୍ରତୀକ ହସ୍ତାନ୍ତର କରିଛନ୍ତି । 2023 ରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀର 18ତମ ସଂସ୍କରଣ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏପଟେ ଭାରତକୁ ଅଧ୍ୟକ୍ଷତା ହସ୍ତାନ୍ତର ହେବା ପରେ ସମ୍ପୂର୍ଣ୍ଣ ପରିବେଶ ତାଳିରେ ଫାଟିପଡିଥିଲା । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details