ଓଡିଶା

odisha

ଗୌରୀଙ୍କୁ ଉପହାର ଦେଲେ ରାଷ୍ଟ୍ରପତି

ETV Bharat / videos

ବନ୍ଧୁ ପରି ବନ୍ଧୁଟିଏ: ଗୌରୀଙ୍କୁ ଦାମୀ ଉପହାର ଦେଲେ ରାଷ୍ଟ୍ରପତି

By ETV Bharat Odisha Team

Published : Nov 27, 2023, 1:06 PM IST

ଖୋର୍ଦ୍ଧା: ଗୌରୀଙ୍କୁ ଦାମୀ ଉପହାର ଦେଲେ ରାଷ୍ଟ୍ରପତି । ସାଙ୍ଗକୁ ଭେଟିବା ପାଇଁ ଗୌରାଙ୍କର ଥିବା ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଏଥିରେ ସେତୁବନ୍ଧ ସାଜିଥିଲା ଗଣମାଧ୍ୟମ । ପିଲାଦିନର ସାଙ୍ଗ ଯିଏ ଏବେ ଭାରତର ସର୍ବୋଚ୍ଚ ପଦରେ ଅଛନ୍ତି କିଭଳି ତାଙ୍କୁ ଭେଟିବାକୁ ଚାହିଁଥିଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମର ଗୋୖରୀ ମଲ୍ଲିକ । ଏ ସମ୍ପର୍କରେ ଇଟିଭି ଭାରତରେ ବାରମ୍ବାର ଆମେ ଖବର ପ୍ରକାଶ କରିଥିଲୁ । ଆଉ ଶେଷରେ ଗତକାଲି(ରବିବାର) ଓଡିଶା ରାଜଭବନ ପରିସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପିଲା ଦିନର ସାଙ୍ଗ ଗୋୖରୀ ମଲ୍ଲିକ। 

ଏହା ବି ପଢନ୍ତୁ...ସାଙ୍ଗଙ୍କୁ ଭେଟିବା ପାଇଁ ଅର୍ଥ ସାଜିଛି ବାଧକ, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବାଟ ଚାହିଁ ବସିଛନ୍ତି ଗୌରୀ

ବେଗୁନିଆ ବିଡ଼ିଓ ସରକାରୀ ଗାଡ଼ିରେ ଗୌରୀଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନର ସହ ପାଛୋଟି ନେଇଥିଲେ । ରାଜ ଭବନ ପରିସରରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ସପରିବାର । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଭାବବିହ୍ଵଳ ହୋଇପଡିଥିବା ଗୌରୀ କହିଥିବା ବେଳେ ପୁନର୍ବାର ତାଙ୍କୁ ଭେଟିବାକୁ ପ୍ରତିଶୃତି ଦେଇଥିବା ମଧ୍ୟ କହିଛନ୍ତି । ସେହିପରି ଫେରିବାବେଳେ ଗୌରୀଙ୍କୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ବନ୍ଧେଇ ହୋଇଥିବା ବଡ଼ ପଟ୍ଟଚିତ୍ର ସହ ଦାମୀ ଶାଢ଼ୀ ଉପହାର ଦେଇଥିବା ଗୌରୀ କହିଛନ୍ତି । ଏହି ଭେଟଘାଟ ପାଇଁ ଗଣମାଧ୍ୟମ ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଗୌରୀ । 
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details