ଓଡିଶା

odisha

ମହାମହିମଙ୍କୁ ଭେଟିବେ ଗୌରୀ

ETV Bharat / videos

ମହାମହିମଙ୍କୁ ଭେଟିବେ ପିଲାଦିନର ସାଙ୍ଗ ଗୌରୀ - president droupadi murmu

By ETV Bharat Odisha Team

Published : Nov 26, 2023, 6:38 PM IST


ଖୋର୍ଦ୍ଧା:ପୂରଣ ହେଲା ସାଙ୍ଗକୁ ଭେଟିବାର ଇଚ୍ଛା । ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ତାଙ୍କ ସାଙ୍ଗ ଗୌରୀଙ୍କ ଯେଉଁ ଇଚ୍ଛା ଥିଲା ସେଥିରେ ସହାୟତାର ହାତ ବଢାଇଥିଲା ଇଟିଭି ଭାରତ । ଏନେଇ ଖବର ପ୍ରସାରଣ କରାଯାଇଥିଲା । ତେବେ ଭେଟଘାଟ ପାଇଁ କିଛି ଦିନ ତଳେ ରାଷ୍ଟ୍ରପତି ଭବନରୁ ଗୌରୀଙ୍କୁ ଚିଠି ଆସିଥିଲା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । 

ଏହା ବି ପଢନ୍ତୁ...ରାଷ୍ଟ୍ରପତି ଭବନରୁ ଆସିଲା ଡାକରା, ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପିଲାଦିନର ସାଙ୍ଗ ଗୌରୀ

ବେଗୁନିଆ ବିଡ଼ିଓ ଆଜି ଅପରାହ୍ନରେ ଗୋୖରୀ ଦେବୀଙ୍କ ଘରେ ପହଞ୍ଚି ଥିବାବେଳେ ଉତ୍ତରୀୟ ଦେଇ ଗୌରୀଙ୍କୁ ସ୍ୱାଗତ ଜଣାଇ ସରକାରୀ ଗାଡ଼ିରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟ କରାଇବା ପାଇଁ ନେଉଥିବା ଦେଖିବାକୁ ମିଳିଛି । ଜଣେ ସାଙ୍ଗପାଇଁ ଆଉ ଜଣେ ସାଙ୍ଗର ଭଲପାଇବା ଏବେ ବେଗୁନିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହାମହିମ ରାଷ୍ଟ୍ରପତିଙ୍କୁ ଆଜି ରାଜଭବନ ପରିସରରେ ଭେଟି ନିଜ ବହୁଦିନର ଇଚ୍ଛା ପୂରଣ କରିବେ ଗୋରୀ ଦେବୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details