ଘରୁ ବିଦାୟ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭାବ ବିହ୍ବଳ ପରିବାର
ରାଇରଙ୍ଗପୁର: ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ଠାରୁ (ଗୁରୁବାର) 3 ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମାଡାମ ପ୍ରେସିଡେଣ୍ଟ । ପ୍ରଥମ ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ନିଜ ବାସ ଭବନରେ ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଘରେ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିଥିଲେ । ପରିବାରର ପ୍ରତିଟି ସଦସ୍ୟଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଆଜି (ଶୁକ୍ରବାର) ଘରୁ ବିଦାୟ ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ପରିବାର ଲୋକ ସମସ୍ତେ ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ୧୧ମାସ ପରେ ଘରକୁ ଆସିଥିବା ବେଳେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ଗତକାଲି ରାତ୍ରୀଯାପନ କରିଥିଲେ । ଏତେ ଦିନ ପରେ ଆତ୍ମୀୟସ୍ବଜନଙ୍କୁ ନିକଟରୁ ପାଇଥିବା ବେଳେ ବିଦାୟ ବେଳେ ଭାବବିହ୍ଵଳ ହୋଇଥିଲେ । ତାଙ୍କୁ ପରିବାର ଲୋକେ ଉପହାର ଦେଇଥିବା ଦେଖିବାକୁ ମିଳିଛି । ସକାଳୁ ସୁରକ୍ଷା ଯାଞ୍ଚ ହେବା ପରେ ସ୍ଥାନୀୟ ମନ୍ଦିର ଦର୍ଶନ ଯାଇଥିଲେ ମହାମହିମ । ସେଠାରୁ ଶିମିଳିପାଳ ଅଭିମୁଖେ ଯାତ୍ରା କରିଥିଲେ ।
ଇଟିଭି ଭାରତ, ମୟୂରଭଞ୍ଜ