ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରହିଲେ ରାଷ୍ଟ୍ରପତି - ରାଇରଙ୍ଗପୁର ସ୍ଥିତ ବାସଭବନ
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଗସ୍ତରେ ଆସି ପାହାଡପୁର, ସାତପୋଉଟିଆ ଓ ରାଇରଙ୍ଗପୁର ସହରରେ ସମସ୍ତ କାର୍ଯ୍ୟକ୍ରମ ସାରି ରାତିରେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରହିଥିବାର ସୂଚନା ମିଳିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଘରେ ରାତ୍ରି ରହଣି କରିଛନ୍ତି। ପୂର୍ତ୍ତ ବିଭାଗର ଡାକ ବଙ୍ଗଳାଠାରେ ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ କରିବା ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନଠାରେ ରାତ୍ରି ରହଣି କରି ବିଶ୍ରାମ ନେଇଛନ୍ତି । ରାତିରେ ରାଷ୍ଟ୍ରପତି ନିଜ ଘରେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ରାଷ୍ଟ୍ରପତି ହେବା ପରେ ନିଜ ଘରେ ରାତ୍ରି ରହଣି କରିଥିବା ବେଳେ ଆତ୍ମୀୟ ସୌଜନ୍ୟଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମ ପରେ ସ୍ବତନ୍ତ୍ର ଗାଡ଼ିରେ ଦ୍ରୌପଦୀ ମୁର୍ମୁ ମହୁଲଡିହା ସ୍ଥିତ ଡାକବଙ୍ଗଳାକୁ ଫେରିଥିଲେ। ସେଠାରେ ରାତ୍ରି ରହଣିର ବ୍ୟବସ୍ଥା ରହିଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର