ଓଡିଶା

odisha

ETV Bharat / videos

୩୧ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି, କହିଲେ ମାଟି ପାଇଁ ଅନେକ କାମ ବାକି ଅଛି - ବରିଷ୍ଠ ନାଗରିକ

🎬 Watch Now: Feature Video

President Draupadi Murmu felicitated 31 senior citizens

By

Published : May 4, 2023, 10:33 PM IST

ରାଇରଙ୍ଗପୁର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗୃହ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ରାଇରଙ୍ଗପୁର ସହରର ମୁର୍ମୁ ଛକକୁ ଆସି ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ସେ ପ୍ରୋଟୋକଲ ଭାଙ୍ଗି ସାଧାରଣ ଲୋକ ଓ ଛୋଟ ଛୋଟ ଛୁଆମାନଙ୍କ ସହିତ ମିଶିଥିଲେ । ରାଇରଙ୍ଗପୁର ମାଟି ତାଙ୍କୁ ପୁନର୍ଜନ୍ମ ଦେଇଛି । ମାଟିର ଋଣ ଶୁଝିବା ପାଇଁ ବାକି ରହିଛି । ନିଶ୍ଵାସ ଥିବା ପର୍ଯ୍ୟନ୍ତ ଲୋକଙ୍କ ସହ ମିଶି ରହିବି ବୋଲି କହିଛନ୍ତି । ଏହି ମାଟି ପାଇଁ ଦୁନିଆ ପରିଚୟ ପାଇଥିବାରୁ ମାଟିର ଚିର ଋଣୀ ହୋଇ ରହିବି ବୋଲି କହିଥିଲେ ।

ଡାକବଙ୍ଗଳାଠାରେ ମଧ୍ୟାହ୍ନ ଭୋଜନ ପରେ ପୂର୍ବାହ୍ନ ପାଖାପାଖି ୪ଟା ସମୟରେ ସେ ମହୁଲଡିହା ସ୍ଥିତ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ମହୁଲଡିହା ବଡ଼ ବନ୍ଧଠାରେ ୧୦୦ ଫୁଟ ଉଚ୍ଚତା ଥିବା ଖମ୍ବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ୪.୩୫ ସମୟରେ ରାଇରଙ୍ଗପୁର ସହରର ମୁର୍ମୁ ଛକକୁ ଆସି ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ସେ ପ୍ରୋଟୋକଲ ଭାଙ୍ଗି ସାଧାରଣ ଲୋକ ଓ ଛୋଟ ଛୋଟ ଛୁଆମାନଙ୍କ ସହିତ ମିଶିଥିଲେ । ପରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନେ ନିବେଦନ କରିବାରୁ ସେ ଗାଡ଼ିରେ ବସି ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ଯାଇଥିଲେ।  

ସେ ପୂର୍ବରୁ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଭାଇସ ଚେୟାରମ୍ୟାନ ଥିବାରୁ ବର୍ତ୍ତମାନର ପୌରପାଳିକା ଅଧ୍ୟକ୍ଷଙ୍କ ଅନୁରୋଧରେ ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରୁ ଆସି କଚେରୀ ପଡିଆ ନିକଟସ୍ଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଥିଲେ ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ।  

ଏହା ବି ପଢନ୍ତୁ- ପ୍ରୋଟକଲ ଭାଙ୍ଗି ପିଲାଙ୍କ ସହ ମିଶିଲେ ରାଷ୍ଟ୍ରପତି

ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅଞ୍ଚଳର ୩୧ ଜଣ ବରିଷ୍ଠ ନାଗରିକଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ତାଙ୍କ ଜୀବନରେ ବିତିଥିବା ଦୁଃଖଦାୟକ ସମୟ ଅତିବାହିତ କରିଥିବା ସହିତ କିପରି ଆଗକୁ ବଢି ଚାଲିଥିଲେ ସେ ବିଷୟରେ ନିଜ ମତ ପ୍ରକାଶ କରିଥିଲେ। ତେବେ ଦୁଃଖଭରା ସମୟରେ ତାଙ୍କ ମାର୍ଗ ଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଥିଲେ, "ରାଇରଙ୍ଗପୁର ମାଟି ତାଙ୍କୁ ପୁନର୍ଜନ୍ମ ଦେଇଛି । ମାଟିର ଋଣ ଶୁଝିବା ପାଇଁ ବାକି ରହିଛି । ନିଶ୍ଵାସ ଥିବା ପର୍ଯ୍ୟନ୍ତ ଲୋକଙ୍କ ସହ ମିଶି ରହିବି ବୋଲି କହିଛନ୍ତି । ଏହି ମାଟି ପାଇଁ ଦୁନିଆ ପରିଚୟ ପାଇଥିବାରୁ ମାଟିର ଚିର ଋଣୀ ହୋଇ ରହିବି ବୋଲି କହିଥିଲେ । ବାଲ୍ୟକାଳରୁ ଅଦ୍ୟାବଧି ଘଟିଥିବା ଘଟଣାକୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ । କାଉନସିଲରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ରାଇରଙ୍ଗପୁରବାସୀଙ୍କ ଅବଦାନ ଅତୁଳନୀୟ ।"

ସେ ଆହୁରି କହିଛନ୍ତି ଯେ ଭଗବାନ ମୋତେ ଏତେ ଉପରକୁ ନ ପଠାନ୍ତୁ, ଯେପରି ମୋର ଆତ୍ମୀୟଙ୍କୁ ଆଲିଙ୍ଗନ ନ କରିପାରିବି । ଆଜି ସେ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ନେଇ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେଇଥିଲେ । ତେବେ ଦ୍ରୌପଦୀ ମୁର୍ମୁଙ୍କ ଗୋଟିଏ ଝଲକ ପାଇବା ପାଇଁ ରାଇରଙ୍ଗପୁର କଚେରୀ ପଡିଆ ଷ୍ଟାଡିୟମଠାରେ ବିପୁଳ ଜନ ସମାଗମ ହୋଇଥିଲା । ସେଠାରୁ କାର୍ଯ୍ୟକ୍ରମ ପରେ ସ୍ବତନ୍ତ୍ର ଗାଡ଼ିରେ ଦ୍ରୌପଦୀ ମୁର୍ମୁ ମହୁଲଡିହା ସ୍ଥିତ ଡାକବଙ୍ଗଳାକୁ ଫେରିଥିଲେ। ସେଠାରେ ରାଇରଙ୍ଗପୁର ବାସୀଙ୍କ ସହିତ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ ।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details