ଲୋକ ମହୋତ୍ସବ ମଣ୍ଡେଇ ପାଇଁ ପ୍ରସ୍ତୁତି, ଟ୍ରାଫିକ ସମସ୍ୟା ଉପରେ ଫୋକସ୍
Published : Dec 9, 2023, 11:40 AM IST
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ -୨୦୨୩ ନିମନ୍ତେ ଜିଲ୍ଲା ପ୍ରଶାସନର ଚୂଡାନ୍ତ ବୈଠକ ଅନୁଷ୍ଠିତ । ଜିଲ୍ଲାର ଗଣପର୍ବ ମଣ୍ଡେଇ ମହୋତ୍ସବ ଆସନ୍ତା ଡିସେମ୍ବର ୧୦,୧୧,୧୨ ତାରିଖ ଠାରୁ ହେବାକୁ ଥିବା ବେଳେ ୧୩ ,୧୪ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେହେରା ଗୁଡା ପଡିଆରେ ଜିଲ୍ଲା ସ୍ତରୀୟ ମଣ୍ଡେଇ ପାଳନ ହେବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି । ତେବେ ମଣ୍ଡେଇ ମହୋତ୍ସବ ପାଇଁ ସ୍ଥାନୀୟ ମିଶନ ଶକ୍ତି ହଲରେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ରଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣ୍ଡେଇ କାର୍ଯ୍ୟକ୍ରମ କିପରି ସୂଚାରୁରୂପେ ଅନୁଷ୍ଠିତ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ଗତବର୍ଷ ମଣ୍ଡେଇ ମହୋତ୍ସବ ପାଳନ ବେଳେ ଉପୁଜିଥିବା ଟ୍ରାଫିକ ସମସ୍ୟା ଭଳି ଚଳିତ ବର୍ଷ ଯେପରି କୌଣସି ଅସୁବିଧା ନୁହେଁ ସେନେଇ ବିଭିନ୍ନ ମାର୍ଗ ଚିହ୍ନଟ କରାଯାଇଥିଲା । ତେବେ ବୈଠକରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଏବଂ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ- ଉଦଘାଟିତ ହେଲା ଲୋକ ମହୋତ୍ସବ ମଣ୍ଡେଇ
ଇଟିଭି ଭାରତ,ନବରଙ୍ଗପୁର